ସଙ୍ଗରୋଧ କେନ୍ଦ୍ରରେ ମେଡ଼ିକାଲ ଟିମ, ଶଙ୍କୁରୁ ଓ ଚିଲିଖମା କେନ୍ଦ୍ରରେ ପ୍ରବାସୀଙ୍କ ବ୍ୟାୟାମ

ବୁଗୁଡା, (ଅନିଲ କୁମାର ମହରଣା): ବୁଗୁଡା ବ୍ଲକ ଶଙ୍କୁରୁ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଦୁଇଜଣଙ୍କ ରବିବାର ରାତ୍ରରେ ସ୍ୱାସ୍ଥ୍ୟ ଖରାପ ହେବା ଖବର ପାଇ ସଙ୍ଗେ ସଙ୍ଗେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମେଡିକାଲ ଟିମ ଶଙ୍କୁରୁ କେନ୍ଦ୍ରରେ ପହଁଞ୍ଚିଥିଲେ। ଜଣଙ୍କର ସାମାନ୍ୟ ଜ୍ୱର ଓ ଅନ୍ୟ ଜଣଙ୍କ ପେଟବ୍ୟଥା ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରି ଫେରିଥିଲେ। ଶଙ୍କୁରୁ ଓ ଚିଲିଖମା ଗ୍ରାମର ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡିଆମାନେ ବ୍ୟାୟାମ କରିବା ସହ ବିଦ୍ୟାଳୟ ପରିବେଶ ପରିଷ୍କାର କରୁଥିବା ଦେକିବାକୁ ମିଳିଥିଲା। ପ୍ରବାସୀ ଓଡିଆମାନେ ଏହିକାମ କରିବା ବିଷୟରେ କହନ୍ତିଯେ ସେମାନେ ଶ୍ରମିକ । କେନ୍ଦ୍ରରେ ଦୁଇ ବେଳା ଖାଇ ବସି ବସି ବିରକ୍ତ ଲାଗୁଛି। କିଛି କାମକଲେ ଆମକୁ ଭଲ ଲାଗିବା ସହ ସ୍କୁଲ ପରିବେଶ ମଧ୍ୟ ସଫା ହୋଇପାରିଛି। ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରତିଦିନ ସଙ୍ଗରୋଧ କେନ୍ଦ୍ରକୁ ଯାଇ ପ୍ରବାସୀ ଓଡ଼ିଆମାନଙ୍କୁ ବ୍ୟାୟାମ ଶିକ୍ଷା ଓ ଯୋଗ ଶିକ୍ଷା ଦେଇଥାନ୍ତି। ସେହି ଦୁଇ କେନ୍ଦ୍ରରେ ନା ଅଛି ପ୍ରବାସୀ ଓଡ଼ିଆଙ୍କ ଅଭିଯୋଗ ନା ଅଛି ପରିଚାଳନା କରୁଥିବା କରୋନା ଯୋଦ୍ଧା ମାନଙ୍କ ବିରକ୍ତିର ଆଭାସ। ହସ ଖୁସିରେ ଏହି ଦୁଇ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡିଆ ରହିଥିବା ଜଣାପଡ଼ିଛି। ସେହିପରି କାନକୁଟୁରୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ ପ୍ରବାସୀ ଓଡ଼ିଆ ମାନେ ନୂତନ ଭାବେ ଆସି ରହୁଛନ୍ତି ସେମାନଙ୍କୁ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କିପରି ପ୍ରତିଦିନ ବାରମ୍ବାର ହାତ ସାବୁନ ଦ୍ୱାରା ଧୋଇବାକୁ ହେବ ସେହି ପ୍ରଣାଳୀକୁ ଶିକ୍ଷା ଦେଇଥିଲେ। ହାତ ସଫା, ସାମାଜିଦୂରତା,ଓ ମାସ୍କ ପିନ୍ଧିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ