ଦେବକୀ ଫିଲ୍ମୀର ସମ୍ବର୍ଦ୍ଧନା ଉତ୍ସବ

ଭୂବନେଶ୍ୱର : (ଯୁଗାଦ୍ଦ ନ୍ୟୁଜ)- ଜୟଦେବ ଭବନ ଗୀତଗୋବିନ୍ଦ ହଲରେ ନିରାଡମ୍ବର ଭାବରେ ଦେବକୀ ଫିଲ୍ମୀର ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ୨୦୧୯ ଫେସନ ସୋରେ ଭାଗନେଇ ଓଡିଶାକୁ ସର୍ବଭାରତରେ ସ୍ଥାନ ଦେଇ ଗୋରବ ଆଣିଛନ୍ତି ଲିଟିଲ୍ଷ୍ଟାର ମିସ୍ଲକ୍ଷ୍ମୀପ୍ରୀୟା ସାହୁ, ତାଙ୍କୁ ବିଭିନ୍ନ ସଂଗଠନରୁ ପ୍ରଶଂସା ମିଳୁଥିବା ବେଳେ ଦେବକୀ ଫିଲ୍ମୀ ପ୍ରଡକ୍ସନ ପକ୍ଷରୁ ଟ୍ରଫି, ମାନପତ୍ର ଓ ଉପଢୋକନ ଦେଇ ଏହିର‌୍ୟାମ୍ପ ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ଶିଶୁ କଳାକାର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ଓଡିଶାର ସୁନାମ ଧନ୍ୟ କଳାକାର ତଥା କଣ୍ଠଶିଳ୍ପୀ ଦଲାଲ ଆଦାନୀ ସାର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୂଖ୍ୟବକ୍ତା ଭାବରେ ଶିଶୁ ସିନେ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା, ସମ୍ମାନିତ ଅତିଥି ଭାବେ ସିନେ ମାହାସ୍ୟ ଅଭିନେତା ବ୍ରଜ ସିଂ ଓ ଚଳଚିତ୍ର ନାୟକ ଦେବରାଜସାହୁ ଯୋଗ ଦେଇ ଏହି ଶିଶୁକଳାକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବରେ ଓଡିଶା ରାଜ୍ୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇ ସିନେମା ଜଗତର କଳାକାର ମାନେ କିପରି ଅସୁବିଧା ଭୋଗ କରୁଛନ୍ତି ଏବଂ ନୃତ୍ୟଶିଳ୍ପୀ ହେଉକି ସଂଗୀତକାର ହେଉ କଳାକାରମାନଙ୍କୁ ସରକାର ପ୍ରୋତ୍ସହନ ଦେଇ ଓଡିଶା କଳା ଓ ସଂସ୍କୃତିକୁ ଉତ୍ସାହିତ କରିବାକୁ ଅଭିଭାଷଣରେ ମତ ରଖିଥିଲେ । ଦେବକୀ ଫିଲ୍ମୀର ପ୍ରଯୋଜିକା ଚିନ୍ମୟୀ ପ୍ରୀୟଦର୍ଶନୀ ଅତିଥି ଭାବରେ ରହି ପ୍ରଡକ୍ସନର ସହଯୋଗୀମାନଙ୍କୁ ପ୍ରଶଂସା କରିବା ସହିତ କୁନି କଳାକାର ଲକ୍ଷ୍ମୀପ୍ରୀୟା ସାହୁର ମା’ ଲିପି ସାହୁଙ୍କୁ ସମ୍ମାନ ଜଣାଇ ଶ୍ରଦ୍ଧା ସୁମନ ଅର୍ପଣକ ରିଥିଲେ । ଇତି ମଧ୍ୟରେ ଦୁଇଜଣ ନୃତ୍ୟଶିଳ୍ପୀ ସସ୍ମୀତା ପଣ୍ଡା ଓ ବନସ୍ମୀତା ଦାଶଙ୍କୁ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ବରିଷ୍ଠ ସାମ୍ବାଦିକ ତଥା ଆମ ପରିବାର ସଂଗଠନର ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଶରତ ଚନ୍ଦ୍ର ବେହେରା ମଞ୍ଚ ପରି∙ଳନା କରିଥିଲେ ଓ ସାମ୍ବାଦିକ ବୁଲୁନ ଭାଇ ଧନ୍ୟବାଦ ଦେଇଥିଲୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ