ବାତ୍ୟା ବିର୍ପନଙ୍କୁ ମିଳିଲାନି ଖାଦ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା

ପାରାଦ୍ୱୀପ, (ପିତବାସ ପ୍ରଧାନ):ମହାବାତ୍ୟା ଅମ୍ଫାନ ପୀଡିତ ବସ୍ତି ବାସିନ୍ଦାଙ୍କୁ ବାତ୍ୟାଆଶ୍ରୟସ୍ଥଳରେ ମିଳିଲାନି ଖାଦ୍ୟ, ଭୋକ ଉପାସରେ ବାତ୍ୟାଆଶ୍ରୟସ୍ଥଳରୁ ଘରକୁ ଫେରିଲେ ବସ୍ତିବାସିନ୍ଦା । ଏଭଳି ଅଭିଯୋଗ ଆସିଛି ପାରାଦ୍ୱୀପ ପୌରାଞ୍ଚଳ ୧୫ ନମ୍ବର ୱାର୍ଡ (ବଡପଡିଆ) ରୁ । ମହାବାତ୍ୟା ଅମ୍ଫାନ ଆସିବା ପୂର୍ବରୁ ୱାର୍ଡର ଚାଳଘରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ପୂର୍ବତନ କାଉନସିଲର ମାନସ ରଂଜନ ବିଶ୍ୱାଳ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ନେଇଥିଲେ ସେଠାରେ ବସ୍ତିବାସିନ୍ଦାଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ପୌର କର୍ତ୍ତୃପକ୍ଷଙ୍କୁ ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ । ଦିନ ୩ଟା ବେଳେ ବସ୍ତିବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ବଦଳରେ ପୌର କର୍ତ୍ତୃପକ୍ଷ ଅଳ୍ପଚୂଡା ଓ ଚିନି ଦେଇଥିଲେ ଯାହା ସମୁଦ୍ରକୁ ଶଙ୍ଖେ ବୋଲି ବସ୍ତି ବାସିନ୍ଦା ମଧ୍ୟ ଅଭିଯୋଗ କରିଥିଲେ । ସେହିଭଳି ଭାବେ ଆଶ୍ରୟସ୍ଥଳ ରୁ ଗୁରୁବାର ଦିନ ଘରକୁ ଫେରି ଯାଇଥିବା ଘରକୁ ସଜାଡୁଛନ୍ତି ବସ୍ତିବାସିନ୍ଦା , ଏହି ୱାର୍ଡର ଲୋକଙ୍କୁ ପାଲ ଖଣ୍ଡେ ମଧ୍ୟ ଦେବାକୁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଭାବି ନାହାଁନ୍ତି ପୌର ନିର୍ବାହୀ ଅଧିକାରୀ । ଏ ଘଟଣାକୁ ଗୁରୁତ୍ୱର ସହ ନେଇ ଗୁରୁବାର ପୂର୍ବାହ୍ନରେ ୧୫ ନମ୍ବର ୱାର୍ଡର ଶତାଧିକ ପୁରୁଷ ଓ ମହିଳା ଏକଜୁଟ ହୋଇ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ତଥା ପୌର ପ୍ରଶାସକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ବସ୍ତିବାସିନ୍ଦା ତୁରନ୍ତ ପୌର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କର ବହିଷ୍କାର ଦାବୀ କରିଛନ୍ତି । ଯଦି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ ତେବେ ଆଗାମୀ ଦିନରେ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ପୂର୍ବତନ କାଉନସିଲର ମାନସ ରଂଜନ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି । ପୌରପାଳିକାର କାର୍ଯ୍ୟାକାଳ ଶେଷ ହୋଇଯାଇଥିବାରୁ ପୌର ନିର୍ବାହୀ ଅଧିକାରୀ ମେରୀରାୟ ନିତୀ ଚଳାଇଥିବା ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ