ପାକିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା
କରାଚୀ : ପାକିସ୍ତାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଲାହୋରରୁ କରାଚୀ ଯାଉଥିବା ଏହି ବିମାନଟି କରାଚୀରେ ଧ୍ବଂସ ପାଇଥିଲା । ବିମାନରେ ୯୦ ଜଣ ଯାତ୍ରୀ ଉପସ୍ଥିତ ରହିଥିବା ବେଳେ ବିମାନଟି ଲ୍ୟାଣ୍ଡିଂର ଠିକ୍ ପୂର୍ବରୁ ଧ୍ବଂସ ପାଇଯାଇଥିଲା । ଏହି ଏ ୩୨୦ ବିମାନଟିର ଧ୍ବଂସର କାରଣ ଜଣାପଡିନଥିବା ବଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ଏକ ଜନବସତି ଅଂଚଳରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଅଂଚଳରେ ପ୍ରବଳ ଧୂଆଁ ଉଠିବା ଜାରି ରହିଛି । ଅପରପକ୍ଷରେ ପାକର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । କରାଚିରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଏକ ଆବାସିକ କଲୋନୀରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ କେବଳ ଯାତ୍ରୀ ନୁହଁନ୍ତି ବରଂ ଆଖପାଖ ଅଂଚଳର ଅନେକ ଧନଜୀବନ ନଷ୍ଟ ହୋଇଥିବାର ଆକଳନ କରାଯାଉଛି ।


