ସହରର ତିନିମୁହାଣି ଓ ରଥଦାଣ୍ଡରେ ବେଆଇନ ଜବରଦଖଲ ଜମିକୁ ବେଦଖଲ କଲା ପ୍ରଶାସନ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୋରାଚଂଳ ଅନ୍ତର୍ଗତ ତିନିମୁହାଣିଛକ ଓ ଇଛାପୁର ରଥଦାଣ୍ଡରେ ବେଆଇନ ଭାବେ ସରକାରୀ ଜମି ଓ ରାସ୍ତାକୁ ଜବରଦଖଲ କରି କେବିନ ପକାଇଥିବା ଓ ଦୋକାନ କରିଥିବା ଜମିରୁ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ପୈାରସଂସ୍ଥା ପୋଲିସ ଓ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଙ୍ଗଳବାର ପୂର୍ବାହ୍ନରେ ଜେସିବି ଦ୍ୱାରା ବେଦଖଲ କରିଥିବା ଦେଖାଯାଇଛି । ପୂର୍ବରୁ ସେହି ବେଆଇନ ଜବରଦଖଲକାରୀଙ୍କୁ ପୈାରସଂସ୍ଥା ପକ୍ଷରୁ ସେମାନଙ୍କ ଦୋକାନ ଓ କେବିନ ଉଠାଇ ନେବାକୁ ଜଣାଇଦିଆଯାଇଥିଲେ ମଧ୍ୟ ସେମାନେ ତାହା ନକରିବାରୁ କେନ୍ଦ୍ରାପଡା ପୋରସଂସ୍ଥା କତ୍ତୃପକ୍ଷ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । କାରଣ ଏଭଳି ଅବରୋଧ ଯୋଗୁ ତିନିମୁହାଣୀଛକରେ ରାସ୍ତାରେ ଟ୍ରାଫିକ ଜାମହେବା ସମସ୍ୟା ଉପୁଜିବା ସହିତ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିଲା । ଆସନ୍ତା ୪ତାରିଖରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଆରମ୍ଭ ହେବାକୁ ଥିବା ପରୀପ୍ରେକ୍ଷୀରେ ରଥଦାଣ୍ଡକୁ ଜବରଦଖଲ ମୁକ୍ତ କରାଯାଇଛି । ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ସେହିସବୁ ଉପରୋକ୍ତ ସ୍ଥାନ ଗୁଡିକରେ ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ବେଳେ ମ୍ୟାଜିଷ୍ଟ୍ରେଟ ଭାବେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ