ଯଶିପୁରରେ ଏସୟୁସିଆଇ ତରଫରୁ ଜାତୀୟ ପ୍ରବାସୀ ଶ୍ରମିକ ବଞ୍ଚାଅ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଲକ୍ ଡାଉନ୍ ପାଇଁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅକଥନୀୟ କଷ୍ଟ ସ୍ବିକାର କରୁଛନ୍ତି ‌। ସେମାନେ ନିଜର ଛୁଆ ପିଲା ଏବଂ ନିଜର ଆସବାବ ପତ୍ର ଧରି ଭୋକ ଉପାସରେ ଶହ ଶହ କିମି ରାସ୍ତା ଅତିକ୍ରମ କରି ଭିଟାମାଟି ମୁହାଁ ହୋଇଛନ୍ତି । ପାଖରେ ପଇସା ନାହିଁ, ଖାଦ୍ୟ ନାହିଁ, କାମଧନ୍ଦା ନାହଁ ଶୁଖିଲା ମୁହଁରେ ଶାରୀରିକ କଷ୍ଟ ଓ ମାନସିକ ଅଶାନ୍ତିରେ ଗତି କରୁଛନ୍ତି । ଏମାନଙ୍କ ସମସ୍ୟାକୁ ନେଇ ଏସୟୂସିଆଇ ପାର୍ଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛି । ମୟୂରଭଂଜ ଜିଲ୍ଲାର ଯଶିପୁରରେ କେନ୍ଦ୍ର କମିଟିର ନିର୍ଦ୍ଦେଶକ୍ରମେ ଏସୟୂସିଆଇ ପାର୍ଟି ତରଫରୁ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକଙ୍କ ନେତୃତ୍ବରେ ସାମାଜିକ ଦୂରତା ଅବଲମ୍ବନ ସହିତ ଜାତୀୟ ପ୍ରବାସୀ ଶ୍ରମିକ ବଂଚାଅ ଦିବସ ପାଳିତ ହୋଇଯାଇଛି ।ଶ୍ରମିକମାନଙ୍କର ବିଭିନ୍ନ ଦାବି ତଥା ବାହାର ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନରେ ଆଣିବା, ରାଜ୍ୟ ଭିତରେ ଚାଲୁଥିବା ଶ୍ରମିକ ମାନଙ୍କୁ ଘରେ ପହଞ୍ଚାଇବା, ମାଗଣାରେ ଖାଦ୍ୟ,ରେସନ,ଆଶ୍ରୟ, ସେମାନଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି, ସେମାନଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ ନେଇ ଏକ ଲିଖିତ ଦାବି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଯଶିପୁର ବିଡ଼ିଓଙ୍କ ଦ୍ବାରା ପ୍ରଦାନ କରିଥିଲେ । ଏଥିରେ ସଦାଶିବ ଦାଶ, ପ୍ରକାଶ ମଢେଗ, ସର୍ବେଶ୍ଵର ମହାନ୍ତ,ତରୁଣ ପାତ୍ର,ନିଳାମ୍ଊ ନାଏକ, ପ୍ରମୋଦ ମହାନ୍ତ, ସୁରେନ୍ଦ୍ର ମୃଗରାଜ,ସୁନା ହୋ, ସୁଶାନ୍ତ ମୁର୍ମୁ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ