ନୂଆଗାଁ ପଂଚାୟତର ଯୁବକର ମୃତ୍ୟୁ ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ

ନାଉଗାଁ :ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଜ୍ୟୋତି ରଂଜନ ମହାନ୍ତି ଓରଫ ବନ୍ଦନର ମୃତ୍ୟୁକୁ ନେଇ ଗୁରୁବାର ଜ୍ୟୋତି ରଂଜନ ଙ୍କ ମା ଶକୁନ୍ତଳା ମହାନ୍ତି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସେ ତାଙ୍କ ଝିଆରୀ ବିଭାଘର ପାଇଁ ଗତ ମେ ମାସ ୨୮ ତାରିଖରେ ବରଗଡ ଯାଇଥିଲେ । ଗତ ଜୁଲାଇ ୨ ତାରିଖରେ ରାତି ପ୍ରାୟ ୧ଟା ୧୦ ମିନିଟରେ ତାଙ୍କ ଗ୍ରାମର ଜଣେ ପିଲା ତାଙ୍କ ନିକଟକୁ ଫୋନ କରିଥିଲା । ଫୋନରୁ ସେ ଜାଣିବାକୁ ପାଇଲେ ଯେ ତାପସ ନାୟକ ଓରଫ ଅଭିଳାଷ, ଆସନ ନାୟକ ଓ ଶିଶୁ ନାୟକ ହାତ ଗୋଡ ବାନ୍ଧି ଲୁହା ରଡରେ ନିସ୍ତୁକ ମାଡ ମାରୁଛନ୍ତି । ମୋ ପୁଅ ବେହୋସ ହୋଇ ତଳେ ପଡି ଯାଇଥିବା ବେଳେ ଦୁଃଖି ନାୟକ ଓ ମମତା ନାୟକ ତା ଉପରେ ପାଣି ଢାଳୁଛନ୍ତି । ଫୋନରୁ ଏକଥା ଶୁଣିବା ପରେ ମୁଁ ସଙ୍ଗେ ସଙ୍ଗେ ନାଉଗାଁ ଥାନାକୁ ଫୋନ କଲି ହେଲେ ଫୋନ ଲାଗି ନଥିଲା । ତାପରେ ମୁଁ ଗାଁକୁ ଫୋନ କରି ବୁଝିଲି ଯେ ମୋ ପୁଅକୁ ସେମାନେ ବାଡେଇ ବେହୋସ କରି ରାସ୍ତାରେ ପକାଇ ଦେଇଯାଇଛନ୍ତି । ଭୋର ୫ ଟାରୁ ମୋ ପୁତୁରା ମୋ ପାଖକୁ ମୋ ପୁଅ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଫୋନ କରିଥିଲା । ଫୋନ ପାଇବା ପରେ ମୁଁ ବରଗଡରୁ ଆସିଥିଲି । ମୁଁ ନାଉଗାଁରେ ପହଂଚି ମୋ ପୁଅକୁ ଦେଖିବା ପାଇଁ ମେଡିକାଲ ଯାଇଥିଲି । ହେଲେ ସେଠାରେ ଉପସ୍ଥିତ ଥିବା ପୋଲିସ ଏତଲା ଲେଖି ଦେଲେ ପୁଅକୁ ଦେଖିବା ପାଇଁ ଛଡା ଯିବ ବୋଲି କହି ମୋତେ ଫେରାଇ ଦେଇଥିଲେ । ଏଣୁ ମୋ ପୁଅର ମୃତ୍ୟୁ କିପରି ଘଟିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅନ୍ୟ ଥାନାଧିକାରୀଙ୍କୁ ଦେବା ସହିତ କ୍ରାଇମବ୍ରାଂଚକୁ ଦେବା ପାଇଁ ଅନୁରୋଧ କରିଛନ୍ତି । ଏ ବିଷୟରେ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କୁ ପଚାରିବାରୁ ଥାନାରେ କେଶ ନଂ ୧୦୬/୧୯ ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା ଜାରି ରହିଛି । ସେହିପରି ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ଗୋଟିଏ ଦିନ ରହିବା ପରେ ଗୁରୁବାର ମାଜିଷ୍ଟ୍ରେଟ ନେତ୍ରାନନ୍ଦ ବେହେରାଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ