ପ୍ରବାସୀ ସୁରତ ଶ୍ରମିକଙ୍କୁ ଗୋଲାପ ଫୁଲ ଦେଇ ସଙ୍ଘରୋଧ କେନ୍ଦ୍ରରୁ ବିଦାୟ
ଗଞ୍ଜାମ, (ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଳକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ର ଶତ୍ରୁସୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ୨୧ ଦିନଧରି ଥିବା ପ୍ରବାସୀ ସୁରତ ଶ୍ରମିକ ମାନଙ୍କୁ ଗୋଲାପ ଫୁଲ ଦେଇ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଶୁଭବିଦାୟ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସରପଞ୍ଚ କବିତା ସ୍ବାଇଁ, ସିଆରସିସି ଦାମୋଦର ପଣ୍ଡା, ନିରଞ୍ଜନ ମହାପାତ୍ର, ଆର.ଆଇ ନିଳାଞ୍ଚଳ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମିଳା ଶବର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଲକଡାଉନ ଯୋଗୁଁ ପ୍ରାବସି ଓଡ଼ିଆ ଶ୍ରମିକ ମାନେ ସୁରଥ ରେ ଫସି ରହିଥିବା ବେଳେ, ନିୟମ କୋହଳ ହେବା ପରେ ଓଡିଶା ଫେରିବା ପରେ ସେମାନଙ୍କୁ ସଙ୍ଘରୋଧ କେନ୍ଦ୍ର ରେ ରଖାଯାଇଥିଲା । ଏହି ସଂଘରୋଧ କେନ୍ଦ୍ର ରେ ଗଞ୍ଜାମ, ଛତ୍ରପୁର, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ଆସିକା ପ୍ରମୁଖ ବ୍ଳକ ର ସୁରଥ ଯାଇଥିବା ଶ୍ରମିକ ମାନେ ରହିଥଲେ ।


