ବାତ୍ୟା ଅମ୍ଫାନ ଯିବାର ଦୁଇ ଦିନ ପରେ ବି ରାସ୍ତାରେ କୁଢ କୁଢ ଅଳିଆ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ଗତ ମଙ୍ଗଳବାର ଓ ବୁଧବାର ମହାବାତ୍ୟା ଅମ୍ଫାନ ତାର କରାଳ ରୂପ ଦେଖାଇଥିଲା । ଜଗତସିଂହପୁର ଜିଲ୍ଲାର ବନ୍ଦର ସହର ପାରାଦ୍ୱୀପରେ ବଡବଡ ଗଛ ଭାଙ୍ଗି ଲୋଟିପଡିଥିଲା ରାସ୍ତା ଉପରେ ପାରାଦ୍ୱୀପ ବନ୍ଦର, ପୋଲିସ, ପୋଲିସ ଓଡରାଫ ସହାୟତାରେ ଏହି ବଡ ବଡ ଗଛ ଗୁଡିକ କାଟିଥିବା ବେଳେ ଏଥିରେ ସହଯୋଗ କରିଥିଲେ ପାରାଦ୍ୱୀପ ସ୍ଥିତ ସିଆଇଏସ୍‌ଏଫ୍ ର ଅଗ୍ନିଶମ ବାହିନୀ । ଏହି ସଂସ୍ଥା ଗୁଡିକ ଗଛ କାଟି ରାସ୍ତା ଅବରୋଧ ମୁକ୍ତ କରିଥିବା ବେଳେ ରାସ୍ତା କଡରେ କୁଢ କୁଢ ଅଳିଆ ଗଦା ହୋଇ ପଡିଛି । ବାତ୍ୟା ଅମ୍ଫନ ଯିବାର ଦୁଇଦିନ ପରେ ବି ଏହି ଅଳିଆ ଗୁଡିକ ସଫାହୋଇ ନପାରିବା ଦୁଃଖ ଓ ପରିତାପର ବିଷୟ । ଏହି ଅଳିଆ ପତ୍ର ଡାଳ ଗଛ ଗୁଡିକ ପଡିରହି ପୁଚି ଗନ୍ଧମୟ କରିବେଶ ସୃଷ୍ଟି କରିଛି । ସରକାର ଙ୍କ ସାନିଟାରୀ ସୁପରଭାଇଜର, ଜମାଦାର, ସ୍ୱଚ୍ଛସାଥି, ସ୍ୱଚ୍ଛ ସାଥି ସୁପରଭାଇଜର ଥିଲେ ବି ଅଳିଆ ନ ଉଠିବା ନେଇ ପୌରପାଳିକାର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ