କାଳିଆ ଟଙ୍କା ସାଜିଲା କାଳ : ମଦ୍ୟପ ପୁଅର ଆକ୍ରମଣରେ ମା’ର ମୃତ୍ୟୁ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ନିଶା କବଳରେ ମାନବ ସମାଜ ।ମଦୁଆ ନିଶାଗ୍ରସ୍ତ ମାନଙ୍କ ଯୋଗୁଁ ମୟୂରଭଞ୍ଜ ଅଶାନ୍ତ ହେଉଛି ।ମଦ ପାଇଁ ସୁଖର ସଂସାର ଉଜୁଡୁଛି , ପାରିବାରିକ ହିଂସା ବୃଦ୍ଧି ପାଉଛି । ସମାଜର ସୁସ୍ଥ ପରିବେଶ ନଷ୍ଟ ହେଉଛି । ଏଭଳି ଏକ ଅଭାବନୀୟ ଦୁଖଦ ଘଟଣା ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକର ସାତଭାୟା ତାଳସାହି ଗ୍ରାମରେ ଗୁରୁବାର ରାତିରେ ଦୁଇ ମାତାଲ୍ ପୁଅ ଆକ୍ରମଣରେ ଜନ୍ମ କଲା ତା’ର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ତାଳସାରି ଗ୍ରାମର ୫ପୁଅର ଜନନୀ ତୁଳସୀ ସିଂ ଗୁରୁବାର ଦିନ ବ୍ୟାଙ୍କ ଯାଇ ଓ ପାଶବୁକରେ ଥିବା ୧୦,୦୦୦ଟଙ୍କା ଉଠାଇଥିଲେ । ତାଙ୍କର ଦୁଇ ପୁଅ ରବି(୨୫) ଏବଂ ରାଜକିଶୋର (୨୨) ସଂଧ୍ୟା ବେଳେ ବଜାରକୁ ଯାଇ ପ୍ରଚୁର ମଦ ପିଇ ଘରକୁ ଫେରିଥିଲେ । କୌଣସି ସୂତ୍ରରୁ ଖବର ସେମାନେ ପାଇଥିଲେ ଯେ ମା’ତାଙ୍କର ଆଜି ବ୍ୟାଙ୍କରୁ କାଳିଆ ଟଙ୍କା ଉଠାଇଛନ୍ତି ।ମାତାଲ୍ ଅବସ୍ଥାରେ ମା’ଙ୍କୁ ଟଙ୍କା କାର୍ତ୍ତିକ ମାଗିଥିଲେ । ଲକ୍ ଡାଉନ୍ ସମୟରେ ଘର ଓ ପରିବାର କିଭଳି ଚଳାଯାଏ !ତାହା କେବଳ ଜଣେ ମା’କେବଳ ଜାଣିଥାଏ । ସେଥିପାଇଁ ମା’ଟଙ୍କା ଦେବାକୁ ମନା କରିବା ଫଳରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଯୁକ୍ତିତର୍କ ସୋଇଥିଲା । ଶେଷରେ ମାତାଲ୍ ପୁଅ ଦୁଇ ଜଣ ଧୈର୍ଯ୍ୟ ହରାଇ ଠେଙ୍ଗା ମାଧ୍ୟମରେ ମା’ର ମଥାରେ ମାଡ଼ ଦେଇଥିଲେ, ମା’ଟଳି ପଡ଼ିଥିଲା । ଶୁକ୍ରବାର ସକାଳେ ତୁଳସୀର ସ୍ୱାମୀ ବାଙ୍ଗିରିପୋଷି ଥାନାରେ ଖବର ଦେଇଥିଲେ । ବାଙ୍ଗିରିପୋଷି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିବା ସହ ଶବ ଜବତ କରି ବାରିପଦା ହସ୍ପିଟାଲକୁ ବ୍ୟବଚ୍ଛଦ କରିବା ପାଇଁ ପଠାଇଥିଲେ ।ଏକ ମାମଲା କେଶ ନଂ ୭୦/୨୦ରୁ ରୁଜୁ କରିଥିଲେ ।


