ଚଷମା ପିନ୍ଧି କଳା ଦାଗ ପଡୁଛି କି?

ଚଷମା ପିନ୍ଧିବା ବେଳେ ଆଜିକା ସମୟର ଏକ ଟ୍ରେଣ୍ଡ୍ ପାଲଟିଗଲାଣି । ପୁଅ ହେଉ ଅବା ଝିଅ ଯାହାକୁ ଦେଖିବେ ଚଷମା ପିନ୍ଧିଥିବାର ପାଇବେ । ଭଲ ଇମ୍ପ୍ରେସନ ଜମାଇବାକୁ ହେଉ ଅବା ଷ୍ଟାଇଲିସ୍ ଦିଶିବା ଲାଗି ଅଥବା ଆଖି ଖରାପ ଥିଲେ ସମସ୍ତେ ଚଷମା ପିନ୍ଧିଥାନ୍ତି । କିନ୍ତୁ ଚଷମା ପିନ୍ଧିବା ପରେ ନାକରେ ଦାଗ ପଡିଥାଏ ଏବଂ ବହୁତ ଖରାପ ଦିଶିଥାଏ । ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କିଛି ଘରୋଇ ଉପାୟ ରହିଛି । ଯାହାକୁ ଆପଣେଇଲେ ଏହି ଦାଗରୁ ମୁକ୍ତି ପାଇପାରିବା । ଆସନ୍ତୁ ଜାଣିବା ଉପାୟଗୁଡିକ ବିଷୟରେ । ବାଦାମ ତେଲରେ ଭିଟାମିନ୍ ଇ ରହିଛି । ଏହା ତ୍ୱଚାର ଦାଗ ଦୂର କରିବାରେ ସାହାଯ୍ୟ କରେ । ମୁହଁରେ ଚଷମା ପିନ୍ଧି ଦାଗ ପଡ଼ିଯାଇଥିଲେ ବାଦାମ ତେଲ ମାଲିସ କରନ୍ତୁ । କିଛି ଦିନ ପରେ ଦାଗ ଦୂରେଇଯିବ ।  ଘିକୁଆଁରୀ ତ୍ୱଚା ପାଇଁ ବହୁତ ଭଲ । ଏହା କେବଳ ତ୍ୱଚାକୁ କୋମଳ କରେ ନାହିଁ, ତ୍ୱଚା ମଧ୍ୟରେ ଥିବା ମଇଳା ବାହାର କରିଦିଏ । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ପୋଷକ ତତ୍ତ୍ୱ ଦାଗ ଦୂର କରେ । ନାକରେ ଚଷମା ଦାଗ ଦୂର କରିବା ପାଇଁ ଶୋଇବା ପୂର୍ବରୁ ଘିକୁଆଁରୀ ରସ ଲଗାଇ ଶୁଅନ୍ତୁ । ଲେମ୍ବୁରେ ଭିଟାମିନ ସି ରହିଛି । ଏଥିରେ ଥିବା ବ୍ଲିଚିଂ ଗୁଣ କଳା ଦାଗକୁ ଦୂର କରିବାରେ ସାହାଯ୍ୟ କରେ । ଲେମ୍ବୁ ରସରେ ୧ ଚାମଚ ପାଣି ମିଶାଇ ତୁଳା ସାହାଯ୍ୟରେ ନାକରେ ଲଗାଇ କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ । ନାକରେ ଖଣ୍ଡିଆ ହୋଇଥିଲେ ଲେମ୍ବୁ ରସ ଲଗାଇବେ ନାହିଁ ।
କଞ୍ଚା କ୍ଷୀର ଦାଗ ଦୂର କରିବାରେ ସାହାଯ୍ୟ କରେ । ଏଥିଲାଗି ଆପଣ ଦାଗ ସ୍ଥାନରେ କଞ୍ଚା କ୍ଷୀର ଲଗାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ