ବିଜେପିର ନୂତନ ସଦସ୍ୟତା ଅଭିଯାନର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି କାହ୍ନୁ ଚରଣ ପତି ଙ୍କ ଅଧକ୍ଷତାରେ ପୁରୁଖା ନେତା ମାନଙ୍କୁ ନେଇ ମୟୂରୀ ହୋଟେଲ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋଦିଙ୍କ ନେତୃତ୍ୱରେ ଜୁଲାଇ ୬ ତାରିଖ ଦିନ ସାରା ଭାରତ ବଷଁରେ ବିଜେପି ନୂତନ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ହେବାକୁ ଯାଉଛି ।ଗତ ନିର୍ବାଚନ ସମୟରେ ଫଳାଫଳ ଅନୁସାରେ ୨୦୧୯ ନିର୍ବାଚନ ରେ ବେଶ ବିଜେପିରେ ଲୋକମାନଙ୍କର ଭରଷା ଓ ଆସ୍ତା ଭରସା ଅଧିକ ହୋଇଛି । ମୋଦି ସରକାର ଦେଶର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟକଳାପ ମାନ କରୁଥିବାବେଳେ ଯୁବପିଢି ଭାରତୀୟ ଜନତା ପାର୍ଟି ପ୍ରତି ଭରଷା କରିଛନ୍ତି । ନୂତନ ପିଢି ଭାରତୀୟ ଜନତା ପାର୍ଟି ତରଫରୁ ଆଶା ପ୍ରକଟ କାରିଛନ୍ତି । ଆଗାମୀ ଦିନରେ ସହରର ମୁଖ୍ୟ ରାସ୍ତାରେ କଲେଜ ନିକଟ ହାଟ , ରେଳଷ୍ଟେସନ , ବସଷ୍ଟାଣ୍ଟ , କାର୍ଯ୍ୟକ୍ରମ କରିବା ସହ ପୁରୁଣା ନେତା ଓ କର୍ମୀ ମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥô୍ଲେ । ବୈଠକରେ ବରିଷ୍ଟ ନେତା ସରୋଜ ସାବତ , ଗୋପୀନାଥ ପଣ୍ଡା , ରବିନ୍ଦ୍ର ସାହୁ , ପ୍ରଭାତ ଷଡଙ୍ଗୀ , ସୁନିଲ ସାହୁ , ପ୍ରବୀର ପାତ୍ର , ବନକା ପଣ୍ଡା , ନମି୍ତା ପଣ୍ଡା ସୁବାସୀନି ପଟ୍ଟନାୟକ , ସୁନିଲ ପାତ୍ର . ଏସ୍ ଶ୍ରୀ ନିବାସ ରାଓ , ତ୍ରୀନାଥ ମହାପାତ୍ର , ଶିବ ଅଧିକାରୀ , , ଡକ୍ଟର ଅମୁଲ୍ୟ ଚୈାଧୁରୀ , ଗଞ୍ଜାମ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ , ଚୈତନ୍ୟ ପ୍ରଧାନ , ରିଙ୍କୁ ସାମଲ , ରାମପାତ୍ର , ଶିବ ପାତ୍ର , ଶ୍ରୀଧର ବାଡତ୍ୟା , କିରଣ କୁମାର ସାହୁ , ଗୈାରି ମହାନ୍ତି , ରବି ନାରାୟଣ ସାବତ , ବସନ୍ତ ବେହେରା , ଏନ୍ ରଘୁ ପାତ୍ର , ରଜତ ପଣ୍ଡିତ ଳ ସୁମନ ଶତପଥି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ