ଅନ୍ତେବାସୀଙ୍କୁ ମିଳୁନି ଆନୁସଙ୍ଗିକ ସୁବିଧା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା ): ଗଂଜାମ ଭଞ୍ଜନଗର ବ୍ଲକ ଗାଲେରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଗରୋଧ ରେ ଥିବା ପ୍ରବାସୀ ଓଡ଼ିଆ ଙ୍କୁ ଖାଦ୍ୟ ପାନୀୟ ଦିଆ ଯାଉନାହିଁ ତା ସହିତ କୌଣସି ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ।ଗତକାଲି 90 ଜଣ ପ୍ରବାସୀ ଓଡ଼ିଆ ସୁରାଟ ଓ ତାମିଲନାଡ଼ୁ ଆସି ସେଠାରେ ରହିଛନ୍ତି।ସେଥିରେ ମହିଳା ଓ ବୃଦ୍ଧ ବୟସ୍କ ଲୋକେ ରହୁଛନ୍ତି।କିନ୍ତୁ ଗତକାଲି ଠାରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇନାହିଁ।ସେଠାରେ ଲୋକେ ରାତି ସମୟରେ ମୁଡି ମିକ୍ସଚର ଖାଇବା ସହ ଚଟାଣ ରେ ଚାଦର ପକାଇ ସୋଇ ଥିବା କହିଛନ୍ତି।ସରପଞ୍ଚ ଓ ବିଡ଼ିଓ ଙ୍କୁ ଜଣାଇବା ପରେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି।ଓଲଟି ଧମକ ଦେଉଥିବା କହିଛନ୍ତି।ଯଦି ସେମାନଙ୍କ କଥା କେହି ନ ବୁଝନ୍ତି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।


