ବାଲିଆସାହି ଅଙ୍ଗନଓ୍ୱାଡି କେନ୍ଦ୍ର ଅଚଳବସ୍ଥାକୁ ନେଇ ବୈଠକ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ବ୍ଲକ ଅନ୍ତର୍ଗତ ବଡଡାଳିମା ଗ୍ରାମପଞ୍ଚାୟତ ବାଲିଆ ସାହି ଗ୍ରାମ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଅନିୟମିତା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଙ୍ଗନଓ୍ୱାଡି ତାଲା ପକାଯାଇଥିଲା ବେଳେ ଉପ ଜିଲ୍ଲାପାଳଙ୍କ ଆଦେଶାନୁସାରେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ବାଲିଆସାହି ଗ୍ରାମରେ ପହଞ୍ଚିଥିଲେ।ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀ’ଙ୍କ ଉପସ୍ଥିତିରେ ଗ୍ରାମବାସୀ’ଙ୍କୁ ନେଇ ଗ୍ରାମରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଗଣମାଧ୍ୟମରେ ଅଙ୍ଗନଓ୍ୱାଡି କେନ୍ଦ୍ରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ବିଷୟରେ ପ୍ରକାଶ ପାଇଲା ପରେ ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳଙ୍କ ଆଦେଶ କ୍ରମେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ତିରିଂ ସିଡିପିଓ’ଙ୍କ ଉପସ୍ଥିତିରେ ତା’ପରଦିନ ଶନିବାର ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଗ୍ରାମବାସୀ ଓ ହିତାଧିକାରୀ’ଙ୍କ ଅଭିଯୋଗ ଶୁଣିଲା ପରେ ଅଧିକାରୀମାନେ ଗ୍ରାମବାସୀ’ଙ୍କ ଅଭିଯୋଗ ଗୁଡିକର ଯଥାଶିଘ୍ର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।ଏହା ସହିତ ଗ୍ରାମର ବିଭିନ୍ନ ବର୍ଗର ହିତାକାରିମାନେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ଖାଦ୍ୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସେବା ଯେପରି ପାଇ ପାରିବେ ତାହାର ବ୍ୟବସ୍ଥା କରାଯାଇଥିଲା।ଗ୍ରାମବାସୀଙ୍କ ଦାବି ଅନୁସାରେ ଅଙ୍ଗନଓ୍ବାଡି କର୍ମି ଦ୍ବୟଙ୍କୁ କର୍ଯ୍ୟରୁ ନିଲମ୍ବିତ କରାଯିବା ଓ ନୂତନ କର୍ମି ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ ହେବା ପର୍ଯ୍ୟନ୍ତ ସିଡିପିଓ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛିା।ଅଭିଯୁକ୍ତ ଅଙ୍ଗନଓ୍ୱାଡି କର୍ମି ଦ୍ୱୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଯାଞ୍ଚ ପ୍ରକ୍ରିୟା ସମ୍ବନ୍ଧରେ ସୋମବାର ସୁଦ୍ଧା ସୂଚନା ଦିଆଯିବ ବୋଲି ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସିଡିପିଓ’ଙ୍କ ପକ୍ଷରୁ ଗ୍ରାମବାସୀଙ୍କୁ ଆଶ୍ୱାସନା ଦିଆଯାଇଛି।


