ସାପ କାମୁଡ଼ାରେ ଦୁଇ ନାବାଳିକାଙ୍କ ମୃତ୍ୟୁ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଏମିତି ବି ଜୀବନ ଯାଏ । ଶତ୍ରୁ ବି ଏତେ ପ୍ରତିଶୋଧ ପରାୟଣ ହୁଏ ନାହିଁ । ଏଭଳି ଏକ ଅଭାବନୀୟ ଲୋମଟାଙ୍କୁରା ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଂଜ ଜିଲ୍ଲାର କୁଳିଅଣା ବ୍ଲକର ନୂଆଗାଁରେ ।ଦନାମରା ଗ୍ରାମର ଆଦିତ୍ୟ ନାଏକ ନିଜର ସଂପର୍କୀୟ ଶଶୁର ଘରକୁ ଦୁଇ ସଂପର୍କୀୟ ଝିଅକୁ ସାଙ୍ଗରେ ନେଇଥିଲା । ଗୁରୁବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ । ହଠାତ୍ ରାତି ଦୁଇଟା ପାଖାପାଖି ସମୟରେ ଝିଅ ନନ୍ଦିତା (୧୧)କୁ ସାପ କାମୁଡି ଦେଇଥିଲା ।କାମୁଡ଼ିଲା ବେଳେ ସେ ହାତ ଛାଟି ଦେଇଥିଲା ଫଳରେ ସାପଟି ଆର ଝିଅ ରୋଜି(୧୨)ଉପରେ ପଡ଼ି ତାକୁ କାମୁଡି ଦେଇ ଖସି ପଳାଇଲା ।ଝିଅ ଦୁଇଜଣ ଭୟରେ ଆର୍ତ୍ତ ଚିତ୍କାର କରିଥିଲେ ।ଘର ଲୋକ ଏଠି କାନ୍ଦ ବୋବାଳି ପଡିଗଲା ଯାଇଥିଲା । ଚିତ୍କାର ଶୁଣି ଗାଁ ଲୋକେ ଉଠି ତାଙ୍କୁ ରଙ୍ଗାମାଟିଆ ହସ୍ପିଟାଲ ନେଇଥିଲେ ।ପରେ ପରିସ୍ଥିତି ଗୁରୁତର ହେଉଥିବାରୁ ବାରିପଦା ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗାଁରେ ଶୋକରେ ଛାୟା ଖେଳିଯାଇଛି ।


