କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର : ଇତିମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏହା ଦାବି କରିଛି । ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ କେରଳରେ ଗତ କିଛି ଦିନ ଧରି ବର୍ଷା ଲାଗିରହିଛି । ସବୁ ପ୍ରକାରର ମାନଦଣ୍ଡକୁ ତର୍ଜମା କଲେ ଜଣାପଡ଼ୁଛି କି କେରଳରେ ମୌସୁମୀ ସ୍ପର୍ଶ କରିଛି । ଓଏଲଆର (ଆଉଟଗୋଇଙ୍ଗ ଲଙ୍ଗ ୱେଭ ରେଡିଏସନ) ଓ ଲାଗିରହିଥିବା ବର୍ଷାକୁ ବିଚାରକୁ ନେଲେ ତାହା ମୌସୁମୀର ଆଗମନକୁ ପ୍ରମାଣିତ କରୁଛି । ପୂର୍ବରୁ ସ୍କାଏମେଟ କହିଥିଲା ଯେ ମେ ୨୮ରେ ମୌସୁମୀ କେରଳ ଛୁଇଁବ । କିନ୍ତୁ ଏହି ପୂର୍ବାନୁମାନ ଅନୁସାରେ ଦୁଇଦିନ ବିଳମ୍ବରେ ମୌସୁମୀ ପହଞ୍ଚିଛି । ମାତ୍ର ଭାରତୀୟ ପାଣିପାଗ ବିଭାଗ ଏପର୍ଯନ୍ତ ମୌସୁମୀ କେରଳ ଛୁଇଁବା ବିଷୟ ସ୍ପଷ୍ଟ କରିନାହିଁ । ଦୁଇଦିନ ତଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଛି । କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସ୍ବାଭାବିକ ବର୍ଷା ସରକାରଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଦେଶର ଏକ ବଡ଼ଭାଗ ଚାଷ ଉପରେ ନିର୍ଭର କରୁଥିବାରୁ ମୌସୁମୀ ପ୍ରବାହ ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ