ଦିନ ଦ୍ଵିପହରରେ ମଦ ମାଫିଆଙ୍କ ଆତଙ୍କ
କୋଦଳା:(ଗୁଳସନ୍ କୁମାର କର) ଗଞ୍ଜାମ ଜିଲ୍ଲା କୋଦଳା ଏନ୍.ଏ.ସି ରେ ଦଣ୍ଡିଶ୍ଵର ମନ୍ଦିର ଛକ ନିକଟରେ କାଲି ଦିନ ଦ୍ଵିପହରରେ ଦୁଇ ମଦ ମାଫିଆଙ୍କ ମଧ୍ୟରେ ମଦ ବ୍ୟବସାୟକୁ କେନ୍ଦ୍ର କରି ଗୁଳି ଫୁଟିଲା।ମଦ ବ୍ୟବସାୟୀ ମାନେ ନିଜ ନିଜ ଆଧିପତ୍ୟ ଜାହିର କରିବା ପାଇଁ ବିଚ ରାସ୍ତାରେ ଗୁଳି ଫୁଟାଇ ଏହିପରି କାଣ୍ଡ ଘଟାଇଛନ୍ତି। ଯାହା ଫଳରେ ସାଧାରଣ ଲୋକ ଭୟଭୀତ ହୋଇ ଦୋକାନ ବଜାର ବନ୍ଦ କରିଦେଇଛନ୍ତି।ଖବର ନେବାରୁ ଜଣାପଡିଛି ଯେ ଗତକାଲି ଦୁଇ ମଦ ମାଫିଆ ବାଲି ଢ଼ାବା ମାଲିକ ମିଟୁ ପରିଡ଼ା(ଲଣ୍ଡା) ଓ ରାଜେଶ ପ୍ରଧାନ(ହାଡ଼)ଙ୍କ ମଧ୍ୟରେ ମଦ ବ୍ୟବସାୟକୁ ନେଇ ଏହିଭଳି ଘଟଣା ଘଟେଇଛନ୍ତି। ଏନେଇ କୋଦଳା ଥାନାରେ ଉଭୟଙ୍କ ପକ୍ଷରୁ ଏତଲା ଦିଆଯାଇଛି।ଏତଲା କ୍ରମେ ମିଟୁ ପରିଡ଼ା, ଜିତୁ ପରିଡା ଏବଂ ଅର୍ଜୁନର ନାମକୁ କେସ ନଂ-୧୭୨/୧୯ରେ ଲଣ୍ଡା ପରିଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲଣ୍ଡା ପରିଡା ଦେଇଥିବା ଏତଲା କ୍ରମେ କେସ ନଂ-୧୭୩/୧୯ରେ ରାଜେଶ ପ୍ରଧାନ,ଅଜୟ ମୁନିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବିଚ ରାସ୍ତାରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିବା ଲଣ୍ଡା ପରିଡାଠୁ ପୋଲିସ କୌଣସି ବି ମାଉଜର ଏବଂ ଗୁଳି ଜବତ କରିନାହିଁ। ଯାହା ଫଳରେ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହେଉଛି। ଏହି ଅଞ୍ଚଳରେ ଦିନ ଦିପହରରେ ଖୁଲମଖୁଲା ମଦ ବ୍ୟବସାୟ କରୁଥିଲେ ମଧ୍ୟ ଅବକାରୀ ବିଭାଗ କିମ୍ବା କୋଦଳା ପୋଲିସ ଏହାରି ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।ଆଗାମୀ ଦିନରେ ଏହି ମଦ ବ୍ୟବସାୟକୁ କେନ୍ଦ୍ରକରି ମୁଣ୍ଡ ନଗଡ଼ିବା ପୂର୍ବରୁ କୋଦଳା ପୋଲିସ ଏବଂ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।


