ବିଦ୍ୟୁତ୍ ସ୍ପର୍ଶରେ ଆସି ଯୁବକ ମୃତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ବିଦ୍ୟୁତ୍ ସ୍ପର୍ଶରେ ଜନୈକ ଯୁବକ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ବିଶୋଇ ଥାନା ଅନ୍ତର୍ଗତ ବଡନାଳୁଆ ଗ୍ରାମରେ ବାଦଲ ନାଏକ ଘର ଜୋଇଁଆ ଭାବେ ୧୦ ବର୍ଷ ହେଲା ଶଶୁରଙ୍କ ଘରେ ରହି ଆସୁଥିଲେ ।ଆଜି ସକାଳେ ୭ଟା ପାଖାପାଖି ସମୟରେ ବିଦ୍ୟୁତ୍ ତା’ର ସଜାଡ଼ିବା ପାଇଁ ନିଜ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟକୁ ଚଢି ଯାଇଥିଲେ ଓ ତାର ମୋଡ଼ାମୋଡି କରୁଥିଲେ ହଠାତ୍ ବିଦ୍ୟୁତ୍ ସ୍ପର୍ଶରେ ଆସି ଖୁଣ୍ଟରେ ଝୁଲି ମୃତ୍ୟୁ ବରଣ କରିଥିଲେ ‌।ପରେ ଦିନ ଦୁଇଟାରେ ଗ୍ରାମବାସୀ ଦଉଡ଼ି ସାହାଯ୍ୟରେ ମୃତକକୁ ଓହ୍ଲାଇ ଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଉଛି । ଗାଁ ରେ ଶୋକରେ ଛାୟା ଖେଳିଯାଇଛି ।ମୃତକ ପରିବାର ସରକାରୀ ସାହାଯ୍ୟ ମିଳିବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ