ଫୁଲବାଣୀ ର ବିଶିଷ୍ଟ ସମାଜସେବୀ ଙ୍କ ଦେହାନ୍ତ ହେତୁ ସ୍ବେଚ୍ଛାସେବୀ ମହାସଂଘ ରେ ଦୁଃଖ ର ଛାୟା

ଫୁଲବାଣୀ, (ସୂର୍ଯ୍ୟ ନାରାୟଣ ବେହେରା):ସ୍ୱଛାସେବୀ ମହାସଂଘ ପିଏଜି ର ବରିଷ୍ଠ ସଭ୍ୟ ଗ୍ରାମ୍ୟ ପ୍ରଗତି ର ସଂମ୍ପାଦକ ଜମଜ ପରିଛାଙ୍କର ବିବେକାନନ୍ଦ ହସପିଟାଲ ଭୁବନେଶ୍ୱର ଠାରେ ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ସ୍ୱଛାସେବୀ ଅନୁଷ୍ଠାନ ମହଲରେ ଶୋକର ଛାୟା ଖେଳିଯାଇଛି।ଗତ ତିରିଶି ତାରିଖ ଶନିବାର ସଂନ୍ଧ୍ୟା ସମୟରେ ମଟର ସାଇକେଲ ଯୋଗେ ରାଇକିଆ ରୁ ବାଲିଗୁଡା ନିଜ ଘରକୁ ଫେରୁଥିବା ସମୟରେ କେନୂଆଗାଁ ନିକଟରେ ଗାଇଗୋରୁ ମାଡ ହୋଇ ଗାଡି ଉପରକୁ ମାଡି ଆସିବା ବେଳେ ଭାରସାମ୍ୟ ହରାଇ ମଟର ସାଇକେଲରୁ ପଡିଗଲେ।ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇଯାଇଥଲେ ତୁରନ୍ତ ତାଙ୍କୁ କେ ନୂଆଗାଁ ଡାକ୍ତର ଖାନାକୁ ନିଆଯାଇଥିଲା। ମୁଣ୍ଡରେ ଆଘାତ ଲାଗିଥିବା ରୁ ଏବଂ କେ ନୂଆଗାଁ ଚିକିତ୍ସାଳୟରେ ସୁବିଧା ନଥିବାରୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ଓ ସେଠାରୁ ବିବେକାନନ୍ଦ ହସପିଟାଲ ଭୁବନେଶ୍ୱର କୁ ସ୍ଥାନାନ୍ତର କରିଥିଲେ।ସେଠାରେ କୋମାରେ ଆସିୟୁରେ ଥିଲେ।ମସ୍ତିଷ୍କ ଆଘାତ ହୋଇଥିବାରୁ ତାପର ଦିନ ସଂନ୍ଧ୍ୟା ରେ ଅପରେସନ କରାଯାଇଥିଲା।ବାସ୍ତରି ଘଣ୍ଟା ନୀରିକ୍ଷଣ ରହିବା ପରେ ଅବସ୍ଥାରେ ଉନ୍ନତି ହେବା କଥା କୁହାଯାଇପାରେ ବୋଲି ଡାକ୍ତର କହିଥିଲେ।କିନ୍ତୁ ତା ପୂର୍ବରୁ ଆଜି ଦିନ ଏଗାରଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଲେଜ ପଢୁଥିବା ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଏବଂ ତାଙ୍କର ସ୍ତ୍ରୀ ବାଲିଗୁଡା ଠାରେ ରହୁଛନ୍ତି।ସେ ଜଣେ ଶାନ୍ତ ସରଳ,ଅମାୟିକ ବ୍ୟକ୍ତି ଥିଲେ। ପଚିଶ ବର୍ଷ ଧରି ବାଲିଗୁଡା ଠାରେ ଗ୍ରାମ୍ୟ ପ୍ରଗତି ନାମରେ ଏକ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରି ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ଲୋକହିତକର କାର୍ଯ୍ୟକରି ଆସୁଥିଲେ। ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜି ର ସେ ଜଣେ ସକ୍ରିୟ ସଭ୍ୟଥିଲେ। ତାଙ୍କର ଅବର୍ତ୍ତମାନରେ ପିଏଜି ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲାବୋଲି ଆବାହକ ଅଶୋକ ପରିଡା ଓ ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଶୋକ ବାର୍ତ୍ତା ରେ ଜଣାଇଛନ୍ତି। ସ୍ୱଛାସେବୀ ମହାସଂଘର ସମସ୍ତ ସଦସ୍ୟମାନେ ଏ ଦୁଃଖଦ ଖବର ପାଇବା ପରେ ଶୋକ ପ୍ରକାଶ କରି ତାଙ୍କ ପରିବାର କୁ ସମବେଦନା ଜଣାଇବା ସହ ଆମର ଆତ୍ମା ର ସଦଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ