ଯୌତୁକ ଜନୀତ ବଧୂ ହତ୍ୟା ଘଟଣାରେ ସ୍ୱାମୀ ଗିରଫ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ସହରର ଯୋଡା ସିଗ୍ରିଗେସନ କଲୋନୀରେ ହୋଇଥିବା ଯୌତୁକଜନୀତ ବଧୂହତ୍ୟା ଘଟଣାରେ ପୋଲିସ ମୃତ ପତ୍ନୀଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମାନସ ରଂଜନ ସାହୁ । ଯୋଡା ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ , ଯୋଡା ସିଗ୍ରିଗେସନ କଲୋନୀର କ୍ୱାର୍ଟର ନଂ ଏସ୨ ଆର୨୮୩ ରେ ରହୁଥିବା ମାନସ ରଂଜନ ସାହୁ ଙ୍କ ସ୍ତ୍ରୀ ଶୀବାନୀ ସାହୁଙ୍କର ମୃତଦେହ ଯୋଡା ପୋଲିସ ଗତ ମେ ମାସ ୨୯ ତାରିଖ ସକାଳ ସମୟରେ ରକ୍ତାତ ଅବସ୍ଥାରେ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲା । ମାନସ ସାହୁଙ୍କ ସ୍ତ୍ରୀ ଶୀବାନୀ ସାହୁଙ୍କ ବାପ ଘର ପକ୍ଷରୁ ଏନେଇ ଯୈାତୁକ ଜନୀତ ନିର୍ଯ୍ୟାତନା ଓ ହତ୍ୟା ଅଭିଯୋଗ ହେବା ପରେ ପୋଲିସ ଏତଲାକୁ ଭିତି କରି ତଦନ୍ତ ଜାରି ରଖିଥିଲା । ଜୁନ୍ ୬ ତାରିଖ ଶନିବାର ଏହି ଘଟଣାରେ ସଂପୃକ୍ତି ଥିବା ପ୍ରମାଣ ପାଇବା ପରେ ପୋଲିସ ସ୍ୱାମୀ ମାନସ ରଂଜନ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ସୂଚନା ଦେଇଛନ୍ତି ।


