ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିସ୍ଥିତିରେ ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଛି । ଏସମସ୍ତ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆ ମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ସମସ୍ତ କେନ୍ଦ୍ରରେ ଖାଦ୍ୟ ଓ ପାନୀୟ ଜଳ ସମେତ ସମସ୍ତ ସୁବିଧା କରାଯାଇଛି । ବିଭିନ୍ନ କେନ୍ଦ୍ରରେ ଅନ୍ତେବାସୀ ମାନେ ଠିକ୍‌ରେ ରହୁଛନ୍ତି କି ନାହିଁ ସେ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେଲାନ୍ସ ମେଡିକାଲ ଅଫିସର ଅର୍ଚ୍ଚନା ଗାଏନ ବନ୍ତ ବ୍ଲକ ପରିଦର୍ଶନରେ ଆସି ଗଣିଜାଙ୍ଗ, ଛୟାଳସିଂ, ଓଡଙ୍ଗ ଆଦି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ସେହିପରି ସେଣ୍ଢତୀରା ଠାରେ ଖୋଲା ଯାଇଥିବା କୋଭିଡ୍ ହସପିଟାଲକୁ ଯାଇଥିଲେ । ସମସ୍ତ କେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନତା, ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସାମାଜିକ ଦୂରତା, ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ କିଛି ଅନ୍ତେବାସୀ ମାନଙ୍କୁ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏହି ଗ୍ରସ୍ତ ବେଳେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଉପରୋକ୍ତ କେନ୍ଦ୍ରର ସରପଞ୍ଚ, ନୋଡାଲ ଅଫିସର ଓ ଟି.ଏମ୍‌.ସିର ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ