ନାବାଳକ ର ଆକସ୍ମିକ ମୃତ୍ୟୁ ବରଣ କୁ ନେଇ ସନ୍ଦେହ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲି ଗ୍ରାମର ବସନ୍ତ ଗୌଡ଼ଙ୍କ ପୁଅ ରାହୁଲ ଗୌଡ଼ (୧୩) ଗତକାଲି ରାତିରେ ଖାଇସାରି ଶୋଇଥିବା ବେଳେ ହଠାତ ସେ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ସଂଗେ ସଂଗେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ରାହୁଲ କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ କେଉଁ କାରଣରୁ ରାହୁଲ ର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ