ମୃତ୍ୟୁ ବରଣ କରିଥିବା ୬ ପରିବାରଙ୍କୁ ସରକାରୀ ଆର୍ଥିକ ସହାୟତା

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକର ୬ ଟି ଗ୍ରାମର ୬ ଜଣ ବ୍ୟକ୍ତି ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ମୋଟ ୨୪ ଲକ୍ଷ ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯାଇଛି। ଶୁକ୍ରବାର ଦିନ ପୋଲସରା ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ସେହି ୬ ମୃତକଙ୍କ ପରିବାରଙ୍କୁ ୪ଲକ୍ଷ ଲେଖାଏଁ ୨୪ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିବା ବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ। ଯେଉଁ ୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ସେମାନେ ହେଲେ କରଚୁଲି ଗ୍ରାମରର ଶୁଭଶ୍ରୀ ନାୟକ, ଭଗବାନପୁର ଗ୍ରାମର ଚରଣ ପ୍ରଧାନ, ଦାଦରାଖୋଲ ଗ୍ରାମର ସଞ୍ଜୁ ଗୌଡ଼, ଗୋଳାବନ୍ଧ ଗ୍ରାମର ଗୋବର୍ଦ୍ଧନ ଜେନା, ଗୌଡ଼ିଆ ବୋରଦା ଗ୍ରାମର ପ୍ରହଲ୍ଲାଦ ବେହେରା,ଓ କଞ୍ଚୁରୁ ଗ୍ରାମର ଦୀନବନ୍ଧୁ ବେହେରା। ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଏହି ୬ ଜଣ ବ୍ୟକ୍ତିଙ୍କ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ୨୪ ଲକ୍ଷ ଟଙ୍କାର ସହାୟତା ଓଡିଶା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ସେହିପରି ଏକଡ଼ାଳ ଗ୍ରାମର ଅରକ୍ଷିତ ନାୟକ ବାଇକ ଧକ୍କାରେ ମୃତ୍ୟୁ ବରଣ କରିଥିବା ବେଳେ ଶୁକ୍ରବାର ଦିନ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ