ପୌର ପରିଷଦ ପକ୍ଷରୁ ବୃକ୍ଷରୋପଣ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସୋମବାର ଦିନ ସ୍ଥାନୀୟ ପୌରାଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଜେଏମଏଫସି ନ୍ୟାୟଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚାରାରୋପଣ କରାଯାଇଛି । ହିଂଜିଳିକାଟୁ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶେଶକ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୌର ପରିଷଦର କର୍ମଚାରୀ ଓ ସ୍ଥାନୀୟ ତ୍ରିରଙ୍ଗା ଯୁବକ ସଙ୍ଘର ସଦସ୍ୟଙ୍କ ଉପସ୍ଥିତିରେ ପୌରାଂଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ପୃଥିବୀ ପୃଷ୍ଠରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ବାୟୁମଣ୍ଡଳରେ ଅମ୍ଳଜାନ ଗ୍ୟାସର ଅଭାବ ପରିଲିକ୍ଷିତ ହେଉଥିବା ଯୋଗୁଁ ବୃକ୍ଷରୋପଣର ଏକାନ୍ତ ଆବଶ୍ୟକ ବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପଣ୍ଡା କହିଥିଲେ । ହିଂଜିଳିକାଟୁି ପୌରାଂଚଳକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ଏବଂ ସହରକୁ ସବୁଜମୟ କରାଯିବା ପାଇଁ ସହରରେ ବୃକ୍ଷରୋପଣ କରାଯିବା ସହ ତାହାର ଯତ୍ନ ନେବା ଏକାନ୍ତ ଆବଶ୍ୟକ ରହିଥିବାରୁ ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଉଛି ବୋଲି କୁହାଯାଇଥିଲା । କାର୍ଯ୍ୟକ୍ରମରେ ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହରା, ମୁଖ୍ୟମନ୍ତ୍ରୀଙ୍କ ପୌରଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୁରୁଷୋତମପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନଓ ରଂଜନ ଦାଶ, କର୍ମଚାରୀ କୈଳାସ ଚନ୍ଦ୍ର ସାବତ, କିଶାନ କୁମାର ପାତ୍ର, ଡ଼ାକ୍ତର ଶେଖ ଅନସାରୀ ଅଲ୍ଲୀ, ଡ଼ାକ୍ତର ମାଧବ କୁମାର ସାହୁ, ତ୍ରିରଙ୍ଗା ଯୁବକ ସଙ୍ଘର ସଭାପତି ରଂଜନ କୁମାର ସାହୁ, ସମ୍ପାଦକ ଚିମନ କୁମାର ସାହୁ, କିରଣ ପୃଷ୍ଟି, ଗୋପାଳ ବେହେରା, ସିପୁନ ପାଠି, ସତିଶ ସାହୁ, ପ୍ରଭାତ ମହାରଣା, ଶମ୍ଭୁ ଗୌଡ଼, ଅନାଦି ପାଣିଗ୍ରାହୀ, ଆକାଶ ବାଡ଼ତ୍ୟା , ରୁଦ୍ର ପ୍ରଧାନ, ନିରହଜନ ସାହୁ, ଆଶିଷ ମହାନ୍ତି, ରଜତ ମହାରଣା, ବାଳକୃଷ୍ଣ ପାତ୍ର, ସୁଶାନ୍ତ ପ୍ରଧାନ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର ପାଢିଙ୍କ ସମେତ ବହୁ ସ୍ୱେଛାସେବୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ