ଶହୀଦ ପରିବାରବର୍ଗକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଗତକାଲି ଲାଦାଖ ଠାରେ ଚୀନ ସୈନ୍ୟବାହିନୀ ସହ ଲଢେ଼ଇ କରି ଦେଶମାତୃକା ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିବା ରାଇରଙ୍ଗପୁର ଉପଖଣ୍ଡ ବିଜତୋଳା ବ୍ଲକ ଅନ୍ତର୍ଗତ ଚମ୍ପାଉଦା ଗ୍ରାମର ନନ୍ଦୁ ରାମ ସରେନଙ୍କ ପୈତୃକ ବାସଭବନକୁ ମୟୁରଭଞ୍ଜ ଜିଲ୍ଲା ସଦର ସଭାପତିଙ୍କ ସଂଯୋଜନାରେ ବିଜେଡିର ଏକ ପ୍ରତିନିଧି ଦଳ ଯାଇ ଶୋକସନ୍ତପ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ସ୍ୱର୍ଗତ ଚାନ୍ଦୁରାମଙ୍କ ବଳିଦାନ ପାଇଁ ସମଗ୍ର ଜିଲ୍ଳାବାସୀ ଆଜି ଗର୍ବିତ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ କହିଥିଲେ।ମୃତ୍ୟୁ ଖବର ପାଇବାପରେ ତାଙ୍କ ଗ୍ରାମରେ ଓ ଆଖପାଖ ଅଞ୍ଚଳରେ ଶୋକାକୁକ ପରିବେଶ ସୃଷ୍ଟି ହୋଇଛି।ଉକ୍ତ ପ୍ରତିନିଧି ଦଳରେ କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପ୍ରାକ୍ତନ ଏସଡିସି ଅଧକ୍ଷ ଡ଼ଃ ଦେବାଶିଷ ମାର୍ଣ୍ଡି, ସାଇବା ସୁଶୀଲ ହାଁସଦା,ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇ,ରତିକାନ୍ତ ପରୀକ୍ଷା, ଜେମାମଣି ଶୁଣ୍ଢି, ପରେଶ ମୁଣ୍ଡା, ଜଲେନ ନାୟକ, ଦୁଖୁ ହେମ୍ବ୍ରମ,ସଚିନ ଦାଶ, ଦୀପକ ମିଶ୍ର, ରଘୁନାଥ ମାଝୀ, ପ୍ରିତୀନନ୍ଦା କାନୁନଗୋ,ଦୀପ୍ତିମାନ ବଳ, ତୁଶୀଲ ହେମ୍ବ୍ରମ,ତନୁଜା ମହାନ୍ତ, ଅଭିଷେକ ପଟ୍ଟନାୟକ, ଗଣେଶ ମିଶ୍ର, ସାଜିଦ ହୁସେନ, ଦୁର୍ଗା ହେମ୍ବ୍ରମ, ବିଶ୍ୱନାଥ ସରେନ, ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଶହୀଦଙ୍କ ମାଆ, ପତ୍ନୀ, ଓ ତିନି ଝିଅଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହ ଉକ୍ତପାରିବାରର ସବୁଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେବେ ବୋଲି ବରିଷ୍ଠ ନେତାମାନେ କହିଥିଲେ।


