ଆସାମରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ ; ଆସାମ ବନ୍ୟାରେ ଜନତା ଉବୁଟୁବୁ ହେଉଥିବା ବେଳେ ଆଜି ଆସାମ ବାସୀ ଭୂକମ୍ପ ହୋଇଥିବା ଅନୁଭୁତ ହୋଇଛି । ଶୁକ୍ରବାର ଅପରାହ୍ନ ୨.୩୦ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୁତ ହୋଇଛି । ବୈଜ୍ଞାନିକ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଥିବା ଜଣାପଡିଛି । ଆସାମ ଓ ଅରୁଣାଚଂଳ ପ୍ରଦେଶ ଗୁଆହାଟୀ ସମେତ କିଛି ସ୍ଥାନରେ ଛଟ୍କା ଦେଖିବାକୁ ମିଳିଛି । କୈାଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଲୋକମାନେ ଖୋଲା ଆକାଶ ତଳେ ରହିଥିବାର ଦେଖିବାକୁ ମିଳିଛି ।


