ଗଞ୍ଜେଇ ମାଫିଆଙ୍କ ନିଦ ହଜାଇଛି କୋରାପୁଟ ପୋଲିସ
ଜୟପୁର, (ୱାଇଏନ୍ଏସ୍): କୋରାପୁଟ ପୋଲିସ ଏବେ ଗଞ୍ଜେଇ ମାଫିଆଙ୍କ ଭାଙ୍ଗିଛି ଅଣ୍ଟା। ଗତ ଦଶମାସ ମଧ୍ୟରେ କୋରାପୁଟ ପୋଲିସ ୧୦୨ ଗଞ୍ଜେଇ ବାବଦ ରେ ମାମଲା ରୁଜୁ କରି ୧୧୨ଟି ଗାଡି ଜବତ କରିବା ସହ ୨୦୩ ଜଣ ଚାଲାଣ କାରୀଙ୍କୁ ଗିରଫ କୋର୍ଟ ଚାଲାଣ କରିଛି। ପ୍ରାୟ ଏହି ୧୦ ମାସ ମଧ୍ୟରେ ୨୫ ହଜାର ୪୬୨ କେଜି ଗଞ୍ଜେଇକୁ ଜବତ କରିଛି କୋରାପୁଟ ପୋଲିସ। ଏହି ଗଞ୍ଜେଇ ହାରାହାରି ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୫୨ହଜାର ହେବ ବୋଲି ଆଜି ଏକ ସାମ୍ବାଦିକ ସମିଳନୀ କରି ସୂଚନା ଦେଇଛନ୍ତି କୋରାପୁଟ ପୋଲିସ କେବଳ ଗଞ୍ଜେଇ ଜବତ କରିନି ତା ସହିତ ୫୫୦ଏକର ଜାଗା ରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ୧୮ଲକ୍ଷ 99ହଜାର ଗଛ କୁ ନଷ୍ଟ ମଧ୍ୟ କୋରାଯାଇଥବା ସୂଚନା ଦେଇଛନ୍ତି କୋରାପୁଟ ଏସ୍ପି ମୁକେଶ କୁମାର ଭାନୁ।


