୨୯୪ ନମ୍ବର ବୁଥ ଇଭିଏମ ଖୋଲା:ଇଭିଏମ ବଦଳାଯିବାକୁ ନେଇ ଉତେଜନା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ପାଟକୁରା ନିର୍ବାଚନ ମଣ୍ଡଳିର ୨୯୪ନମ୍ବର ବୁଥର ଇଭିଏମ ମେସିନ ବିନା ସିଲରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମକୁ ଆସିଥିବାରୁ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଇଭିଏମ ରେ ଭୋଟ ଜାଲ କରିବା କିମ୍ବା ମେସିନକୁ ବଦଳାଯିବା ଉଦେଶ୍ୟରେ ଏପରି କରାଯାଇଛି ବୋଲି ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କ କେତେକ ସମର୍ଥକ ଅଭିଯୋଗ କରି ସେଠାରେ ପାଟିତୁଣ୍ଡ କରିଥିଲେ । ପାଟକୁରା ହାସ୍କୁଲର ଏହି ବୁଥଟିରୁ ବିନା ସିଲରେ ଇଭିଏମ ଓ ଭିଭି ପାର୍ଟ ଅଣାଯିବାରୁ ସେଠାରୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ କେତେକ ଯୁବକ ପିଛାକରି ଷ୍ଟ୍ରଙ୍ଗରୁମ ପର‌୍ୟ୍ୟନ୍ତ ଆସିଥିଲେ । ଇଭିଏମ ଓ ଭିଭି ପାଟ୭ ମେସିନ ନେଇ ଆସିଥିବା ୨ୟ ପୋଲିଙ୍ଗ ଅଫିସର ଜଣକକେନ୍ଦ୍ରାପଡା କଲେଜରେ ପହଁଚି ଖୋଲା ବ୍ୟାଟେରିକୁ ଭିଭିପାର୍ଟ ମେସିନରେ ଭର୍ତ୍ତି କରିଥିଲେ ।କିନ୍ତୁ ସେମାନଙ୍କୁ ପିଛା କରିଥିବା ଯୁବକମାନେ ଏହାର ବିରୋଧ କରି ପାଟିତୁଣ୍ଡ କରିଥିଲେ । ସେଠାରେ ଟାଉନଥାନା ପୋଲିସ ପହଁଚି ବିନାସିଲଥିବା ଇଭିଏମ ଓ ଭିଭି ପାର୍ଟ ମେସିନକୁ ନିଜ ହେପାଜତକୁ ନେଇଥିଲେ । ରିଟର୍ଣ୍ଣିଂ ଅଫିସର ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି ଯେ କୈାଣସି ଇଭିଏମ ଟ୍ୟାମ୍ପରିଂ ହୋଇନାହିଁ । କିନ୍ତୁ ୨୯୪ନମ୍ବର ବୁଥର ଇଭିଏମ କାହିଁକି ଓ କେଉଁ ପରିସ୍ଥିତିରେ ସିଲ ହୋଇନଥିଲା ସେ ସମ୍ପର୍କରେ ତଦନ୍ତ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ