ଚେକ୍ ବାଉନ୍ସ ମାମଲାରେ ,କୋଇନା ମିତ୍ରଙ୍କ ୁ ୬ ମାସ ଜେଲ
ମୁମ୍ବାଇ , ବଲିଉଡ୍ ଅଭିନେତ୍ରୀ କୋଇନା ମିତ୍ରଙ୍କୁ ଏକ ଚେକ୍ ବାଉନ୍ସ ମାମଲାରେ ମୁମ୍ବାଇ ମେଟ୍ରୋପଲିଟିଆନ କୋର୍ଟ ସୋମବାର ୬ ମାସ ଜେଲ ଦଣ୍ଡ ଶୁଣାଇବା ସହ ପୁନମ ସେଟୀଙ୍କୁ ୪ ଲକ୍ଷ ୬୪ ହଜାର ଟଙ୍କା ପ୍ରଦାନ କରିବା ନିମନ୍ତେ କୋର୍ଟ ରାୟ ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ପୁନମ ସେଟିଙ୍କ ଠାରୁ କୋଇନା ମିତ୍ର ୨୩ ଲକ୍ଷ ଟଙ୍କା ଋଣ ନେଇଥିଲେ । ତେବେ କୋଇନା ପଠାଇଥିବା ୩ ଲକ୍ଷ ଟଙ୍କା ଏକ ଚେକ୍ ବାଉନ୍ସ ହୋଇଯାଇଥିଲା ଏହା ପରେ ପୁନମ୍ ତାଙ୍କୁ ୨୦୧୩ ଜୁଲାଇ ଜୁଲାଇ ୧୯ ରେ ଆଇନ ଗତ ନୋଟିସ ପଠାଇଥିଲେ । ନୋଟିସ ପାଇବା ପରେ ମଧ୍ୟ ଟଙ୍କା ପ୍ରତିଶୋଧ କରିନଥିଲେ । ଏହା ପରେ ଆଇନ ଅନୁଯାୟୀ ସେ କୋର୍ଟର ଆଶ୍ରୟ ନେଇଥିଲେ । କୋଇନା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଦଣ୍ଡ ଶୁଣାଇଛନ୍ତି କୋର୍ଟ । । ତେବେ କୋଇନା ଏହାକୁ ଖଣ୍ଡନ କରିଛନ୍ତି ଓ କୋର୍ଟଙ୍କ ରାୟ ବିରୋଧରେ ସେ ଉଚ୍ଚତମ ନ୍ୟାୟାଳୟକୁ ଯିବେ ବୋଲି କହିଛନ୍ତି।


