ହରିଜନଙ୍କ ପଟ୍ଟା ଜମିରେ ଜବରଦସ୍ତ ଧାନ ବୁଣିଲା ଆଦିବାସୀ ସଙ୍ଘ, କାର୍ଯ୍ୟାନୁଷ୍ଠାନ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ୍ ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗଡ଼ମା, କୁଟଲାରୀ ଗାଁ ଓ ବାଘପଡ଼ା ଗ୍ରାମ ଆଦିବାସୀ ସଙ୍ଘବଧ ହୋଇ ଉକ୍ତ ଗ୍ରାମର ହରିଜନଙ୍କ ପଟ୍ଟାଜମିକୁ ଜବରଦସ୍ତ ହଳ କରି ଧାନ ବୁଣିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚଳିତ ମାସ ୨୦ତାରିଖ ଦିନ ତିନିଟି ଗ୍ରାମର ଆଦିବାସୀ ମାନେ ସଙ୍ଘବଧ ଭାବେ ୫୦ରୁ ଅଧିକ ବଳଦ ଧରି ହରିଜନମାନଙ୍କ ପଟ୍ଟାଜମିରେ ପହଞ୍ଚି ହଳକରି ଧାନ ବୁଣିଥିଲେ। ଏହି ସମୟରେ ହରିଜନମାନେ ସଙ୍ଘବଧ ଲୋକଙ୍କୁ ଦେଖି ଭୟରେ ଜମିକୁ ଯାଇପାରି ନଥିଲେ। ପ୍ରକାଶ ଯେ, ୨୦୦୧ ମସିହାରେ ପ୍ରଥମ କରି ଆଦିବାସୀ ସଂଘ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଥିବା ହରିଜନଙ୍କ ପଟ୍ଟାଜମିକୁ ଜବରଦସ୍ତ ହଳ କରିଥିଲେ। ଫଳରେ ଆଦିବାସୀ ଓ ହରିଜନଙ୍କ ମଧ୍ୟରେ ଜମି ବିବାଦ ସୃଷ୍ଟି ହୋଇଥିଲା। ୨୦ବର୍ଷ ପରେ ପୁଣି ସେହିଭଳି ପରିସ୍ଥିତି ଗଡ଼ମା, କୁଟଲାରୀ ଗାଁ ଓ ବାଘପଡ଼ା ଗ୍ରାମରେ ସୃଷ୍ଟି ହୋଇଛି। ଏହାକୁ ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ହରିଜନମାନେ କହିଛନ୍ତି। ଏଥିସହ ହରିଜନମାନେ ବ୍ରାହ୍ମଣୀ ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଥାନାଧିକାରୀ ରାଜସ୍ୱ ଅଧିକାରୀଙ୍କ ସହାୟତାରେ ଜମିର ଚିହ୍ନଟ ତଥା ଡିମାର୍କେସନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ