ଭଜନ ସିଡି ଯଜ୍ଞସୂତା ଜିଲ୍ଳ୍ାପାଳଙ୍କ ଦ୍ୱାରା ଲୋକାର୍ପିତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ମା’ ବିରଜାଙ୍କ ମହିମା ସଂପର୍କିତ ଭଜନ ସିଡି ଯଜ୍ଞସୂତା ସୋମବାର ଅପରାହ୍ନରେ ଊନ୍ମୋଚିତ ହୋଇଯାଇଚ୍ଥି । ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲ୍ଳ୍ାପାଳ ତରଣୀସେନ ପଟ୍ଟନାୟକ ପ୍ରମୁଖ ଏହାକୁ ଊନ୍ମୋଚିତ ଓ ଲୋକାର୍ପିତ କରିଥିଲେ । ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ, ଗୀତିକାର ତଥା ବିଦ୍ୟୁତ ବିଭାଗର ବରିଷ୍ଠ ଏସ୍.ଡି.ଓ. ଇଂ. ପାର୍ଥସାରଥୀ ଦାସ, ଗୀତିକାର ନଳିନୀ ପ୍ରଭା ଦାସ ଓ ସୂଚନା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଏହି ଊନ୍ମୋଚନ କାର୍ଯ୍ୟକ୍ରମରେ ଊପସ୍ଥିତ ଥିଲେ । ଯଜ୍ଞସୂତା ସିଡି ଟିରେ ୮ ଟି ଭଜନ ରହିଚ୍ଥି । ଜିଲ୍ଳ୍ାପାଳ ଶ୍ରୀ ଦାସଙ୍କର ଗୋଟିଏ ଗୀତ ଶ୍ରୀଚରଣ ଓ ଅନ୍ୟଟି ସୁନିଲ ମଲ୍ଲିକଙ୍କ କଣ୍ଠରେ, ଇଂ. ପାର୍ଥସାରଥୀ ଦାସଙ୍କର ୨ ଟି ଗୀତ କୁମାର ବାପିଙ୍କ କଣ୍ଠରେ, ଗୋଟିଏ ରବିନ୍ଦ୍ର ମହାପାତ୍ର ଓ ଅନ୍ୟଟି ଅମ୍ରିତା ନାୟକଙ୍କ କଣ୍ଠରେ, ନଳିନୀ ପ୍ରଭାଙ୍କ ଗୀତ ସୁବାଷ ଦାସଙ୍କ କଣ୍ଠରେ ଓ ସନ୍ତୋଷ ସେଠୀଙ୍କର ଗୋଟିଏ ଗୀତ ଅରୁପମା ନାୟକଙ୍କ କଣ୍ଠରେ ରେକର୍ଡ ହୋଇଚ୍ଥି । ଶୁଭମ୍ ମ୍ୟୁଜିକ ପକ୍ଷରୁ ପସ୍ତୁତ ଏହି ଗୀତ ଗୁଡିକୁ ରାଷ୍ଟ୍ର୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ସଂଗୀତରେ ସଜାଇଚ୍ଥନ୍ତି ।