ଭିଜଲାନ୍ସ ଜାଲରେ ମହିଳା ସରପଞ୍ଚ

ଜୟପୁର, (ଓ୍ବାଇଏନ୍ଏସ୍):ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧାରା ପଡିଲେ ଜଣେ ମହିଳା ସରପଞ୍ଚ ।କୋରାପୁଟ ଜିଲ୍ଲା ଦସମନ୍ତ ପୁର ବ୍ଲକ ର ମୁଁଜାଙ୍ଗ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଇଲା ମାଝୀ ବକଡ଼ା ଗୁଡା ଗ୍ରାମର ଗଙ୍ଗାଧର ସାଆଣ୍ଟା ଙ୍କ ଠାରୁ ଏକ ପୋଖରୀ କାର୍ଯ୍ୟ ର କାର୍ଯ୍ୟାଦେଶ ପାଇଁ ୨୦ହଜାର ଟଙ୍କା ମାଗିଥିଲେ ।ଆଉ ଚୁକ୍ତି ମୁତାବକ ଗଙ୍ଗାଧର ଟଙ୍କା ଦେଇଥିଲେ।ଠିକ ସେହି ସମୟରେ ମହିଳା ସରପଞ୍ଚ ଙ୍କୁ ଧରିଥିଲା ଭିଜଲାନ୍ସ ଟିମ।ଆଉ ତାଙ୍କ ନାମ ର ଏକ ମାମଲା ରୁଜୁ କରିବା ସହ ସରପଞ୍ଚ ଙ୍କୁ ଗିରଫ ମଧ୍ୟ କରିଛି ଭିଜଲାନ୍ସ ଟିମ। ସେହିପରି ଗତକାଲି ମାଲକାନଗିରି ଜିଲ୍ଲା ର ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଅକ୍ଷୟ କୁମାର ନାୟକ ଜୀବନ ମଣ୍ଡଳ ନାମକ ବ୍ୟକ୍ତି ଙ୍କ ଠାରୁ ୧୪୪ ମାମଲା କୁ ପ୍ରତ୍ୟାହାର କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ୮୦ ହଜାର ଟଙ୍କା ମାଗିଥିଲେ।ଆଉ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି ସନ୍ଧ୍ୟା ରେ ଚୁକ୍ତି ମୁତାବକ ୮୦ ହଜାର ଟଙ୍କା ଦେଉଥିଲେ।ଆଉ ସେହି ସମୟ ରେ ଭିଜଲାନ୍ସ ଟିମ ମୁଖ୍ୟ କିରାଣୀ ଅକ୍ଷୟ କୁମାର ନାୟକ ଙ୍କୁ ଧରିଥିଲେ।ଆଉ ତାଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ ମଧ୍ୟ କରିଛି ଭିଜଲାନ୍ସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ