ଜୁନ ଚତୁର୍ଥ ସପ୍ତାହ ଶନିବାର ସଟଡାଉନରେ ସହରବଜାର ଶୁନଶାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜୁନମାସ ଚତୁର୍ଥ ସପ୍ତାହ ଶନିବାର କରୋନା ଜନିତ ସଟଡାଉନରେ କେନ୍ଦ୍ରାପଡା ସହର ବଜାର ଶୁନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି । ଜଗତପୁର-ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରୁ ଗରାପୁର ପର୍ଯ୍ୟନ୍ତ କେଉଁଠିବି ଲୋକମାନଙ୍କୁ ରାସ୍ତାରେ ଦେଖିବାକୁ ମିଳିନଥିଲା । ସବୁଠିଁ ଖାଲି ଖାଁ ଖାଁ ଲାଗୁଥିଲା । ପୋଲିସର ଚଢାଉ ଫଳରେ ସଟଡାଉନ ସମୟରେ କେହିବି ସହରବଜାରର ରାସ୍ତାରେ ନଥିବା ଦେଖିବାକୁ ମିଳିଥିଲା । କେବଳ ପୋଲିସର ପେଟ୍ରୋଲିଂ ଗାଡି ଗୁଡିକ ବୁଲୁଥିବା ଦେଖିବାକୁ ମିଳିଥିଲା । ସହର ଜନଶୂନ୍ୟ ହୋଇଯାଇଥିଲା । କେବଳ କାଁ ଭାଁ ଜରୁରୀ କାର୍ଯ୍ୟରେ ଅଳ୍ପ କେତେକ ଲୋକ ଡ୍ୟୁଟି କରିବାକୁ କିମ୍ବା ମେଡିକାଲକୁ ଯାଉଥିବା ଦେଖାଯାଇଥିଲା । ଅମାନୀଆମାନେବି ପୋଲିସର ଚଢାଉ ଫଳରେ ଆଉ ସଟଡାଉନ ସମୟରେ ରାସ୍ତାକୁ ଆସିନଥିବା ଦେଖାଯାଇଥିଲା । ଇଛାପୁର ରଥଦାଣ୍ଡରେ ଟାଉନଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ପୋଲିସ ଫୋର୍ସ ସହିତ ଦାୟୀତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ