ପୌରାଂଚଳର ମୁଖ୍ୟ ରାସ୍ତା କଂଟେନମେଂଟ ଓ ବଫରଜୋନ ଘୋଷଣା
ହିଞ୍ଜିଳିକାଟୁ, (ୱାଇଏନଏସ) : ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ଥାନୀୟ ସହରରେ ଗତ କିଛି ଦିନ ମଧ୍ୟରେ ବହୁ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଚିତ୍ର ପ୍ରକାଶ କରାଯାଉନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପୌରାଂଚଳର ଜଣେ ପାନ ଦୋକାନୀ ମାଲିକଙ୍କ କରୋନା ଲକ୍ଷଣ ଦେଖାଯିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ କୋଭିଡ଼-୧୯ ହସପିଟାଲରେ ଭର୍ତିର୍ କରାଯାଇଥିବା ଜଣାପଡ଼ିଛି । ପରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସଂପୃକ୍ତ ଦୋକାନ ଏବଂ ବସଷ୍ଟାଣ୍ଡ ଓ ନିକଟବର୍ତି ପରିବା ବଜାରକୁ ସାନିଟାଇଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ପ୍ରଶାସନ ପକ୍ଷରୁ ଜୁନ ମାସରେ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାରଯାଇଥିବା ବେଳେ ଅବଶିଷ୍ଟ ୫ ଦିନ ମାତ୍ର ୫ଘଂଟା (ସକାଳ ୭ରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ )ସକାଶେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଏହି ସମୟରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବତି ଅଂଚଳର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀ ମାନେ ନିଜ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସ୍ଥାନୀୟ ଲକ୍ଷ୍ମୀ ବଜାର ଓ ପରିବା ବଜାର ମଧ୍ୟରେ ଅସମ୍ଭବ ଭିଡ଼ ଲାଗି ରହୁଛି । ସ୍ୱଳ୍ପ ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସକାଶେ ଲୋକଙ୍କ ପ୍ରବଳ ଗହଳି ଚହଳି ଲାଗି ରହିବା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା ହୋଇ ନପାରିବା ସହ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ । ଫଳରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ ଏବଂ ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରଶାସେନ ପକ୍ଷରୁ ସ୍ଥାନୀୟ ସହରର କିଛି ବ୍ୟବସାୟିଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ପୋଜିଟିଭ ଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଶନିବାର ଗଞ୍ଜାମ ଜିଲ୍ଲାରେ ୫୮ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ହିଞ୍ଜିଳି ଅଂଚଳର ବୋଲି ଗଞ୍ଜାମ ଜିଲ୍ଲାପାଳା ଟ୍ୱିଟ୍ କରିଛନ୍ତି । ସ୍ଥାନୀୟ ପରିବା ବଜାର ଓ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ କରୋନା ପଜିଟିଭ ଜଣାପଡ଼ିବା ପରେ ଅଂଚଳବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ଏହାକୁ ପ୍ରତିହିତ କରିବା ଲାଗି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗ୍ରାମାଂଚଳର କୌଣସି ବ୍ୟକ୍ତି ସହରାଂଚଳକୁ ନଆସବି ଲାଗି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ଲୋକଙ୍କ ଶରୀରାରେ କରୋନା ଭୁତାଣୁ ସଂକ୍ରମଣ ଲକ୍ଷଣ ଦେଖାଯିବା ପରେ ପ୍ରଶାସନ ଆକ୍ସନ ମୁଡ଼ରେ ରହିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ.ମନୋରଞ୍ଜନ ସାହୁ ସ୍ଥାନୀୟ ପୌରାଂଚଳର ବ୍ଳକ ଛକ ଠାରୁ ବଇଁଚବଣିଆ ଛକ ଏବଂ ତରାତାରିଣୀ ରାସ୍ତାକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବା ସହ ହିଞ୍ଜିଳିକାଟୁ ସହରର ୩ କିମି ପରିଧିକୁ ବଫରଜୋନ ଭାବେ ଘୋଷଣା କରିଛନ୍ତି । ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଉକ୍ତ ଆଦେଶ ବଳବତର ରହିବ, କଂଟେନମେଂଟ ଜୋନରେ ଔଷଧ ଦୋକାନ ବ୍ୟତିତ ଅନ୍ୟ କୌଣସି ସାମଗ୍ରୀର ଦୋକାନ ବଜାର ଖୋଲିବ ନାହିଁ, ସାହି ବସ୍ତି ଗୁଡ଼ିକରେ ସାମାଜିକ ଦୂରତ୍ୱ ରକ୍ଷା କରି ଗ୍ରୋସେରୀ ଓ ପରିବା ବିକ୍ରି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ଲାଗି ଏବଂ ଜନସାଧାରଣ ଏଥିପ୍ରତି ଭୟଭୀତ ନହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି ।


