ଗ୍ରାମର ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଲିଖିତ ଅଭିଯୋଗ
ନାଉଗାଁ, (ଓ୍ୱାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତର କୁରିକି ଗ୍ରାମକୁ ଜବରଦଖଲ ମୁକ୍ତ କରିବା ପାଇଁ ସୋମବାର ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଏକ ଅଭିଯୋଗପତ୍ର ତହସିଲଦାର ଜେ.କଳ୍ପନାଙ୍କୁ ପ୍ରଦାନ କରାଯାଇଛି । ଗ୍ରାମର ଜ୍ଞାନ ରଂଜନ ରାଉତ, ଚନ୍ଦ୍ରକାନ୍ତ ସ୍ୱାଇଁ, ଶ୍ରୀଧର ଦାସ, ସୁଧୀର କୁମାର ମୁଦୁଲି ଆଦିଙ୍କ ସ୍ୱାକ୍ଷରରେ ପ୍ରଦାନ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ଗ୍ରାମର କିଛି ବ୍ୟକ୍ତି ଗୋଚର ସ୍ଥାନକୁ ଜବରଦଖଲ କରି ରଖିଛନ୍ତି । ଯେପରିକି ଗ୍ରାମର ଖେଳ ପଡିଆ, ରାସ୍ତା ଆଦି କାର୍ଯ୍ୟ କରିବା ବେଳକୁ ସେମାନେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଯାହାଦ୍ୱାରା କି ଗ୍ରାମରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁ ନାହୀଁ ।ତେଣୁ ଜବରଦଖଲ କରାଯାଇଥିବା ସ୍ଥାନକୁ ତହସିଲ ପକ୍ଷରୁ ମାପ କରାଯାଇ ଜବରଦଖଳ ମୁକ୍ତ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।


