ଲୁଣ ବିନା ସ୍ୱାଦିଷ୍ଟ ଖାଦ୍ୟ

ଲୁଣ ବିନା ସ୍ୱାଦିଷ୍ଟ ଖାଦ୍ୟର କଳ୍ପନା କରାଯାଇନପାରେ । କିଛି ଲୋକ କମ୍ ଲୁଣ ଖାଇଥାନ୍ତି ଓ ଆଉ କେତେକ ବେଶୀ ଲୁଣ ସେବନ କରିଥାନ୍ତି । ସେ ଯାହା ହେଉନା କାହିଁକି ସୋଡିଅମ୍ର ସବୁଠାରୁ ଭଲ ସ୍ରୋତ ହେଲା ଲୁଣ । ପାଞ୍ଚ ପ୍ରକାରର ଲୁଣ ଅଛି । ଆସନ୍ତୁ ଜାଣିବା ଏଥିମଧ୍ୟରୁ କେଉଁଟି ସବୁଠାରୁ ଭଲ । ଟେବୁଲ୍ ସଲ୍ଟ ବା ସାଦା ଲୁଣରେ ପର୍ଯ୍ୟାପ୍ତ ମାତ୍ରାରେ ସୋଡିଅମ୍ ଅଛି, ଯାହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ । ସୈନ୍ଧବ ଲବଣ ବା ରକ୍ ସଲ୍ଟରେ କାଲସିଅମ୍, ପୋଟାସିଅମ୍ ଓ ମ୍ୟାଗନେସିଅମ୍ ପ୍ରଚୁର ମାତ୍ରାରେ ରହିଥାଏ । ଏଣୁ ଏହା ସ୍ୱାସ୍ଥ୍ୟ ପାଇଁ ବି ଭଲ । କଳା ଲୁଣରେ ଫ୍ଲୋରାଇଡର ମାତ୍ରା ଅଧିକ । ଏହି ଲୁଣ ସେବନ କଲେ କୋଷ୍ଠକାଠିନ୍ୟତା, ବଦହଜମୀ, ପେଟରେ ଯନ୍ତ୍ରଣା, ବାନ୍ତି ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ । ଲୋ- ସୋଡିଅମ୍ ସଲ୍ଟ ସେବନ କଲେ ହୃଦ୍ରୋଗ ଓ ମଧୁମେହ ରୋଗ ଆଦି ପାଇଁ ଲାଭ ମିଳିଥାଏ । ସମୁଦ୍ର ଲୁଣ ସାଦା ଲୁଣ ଭଳି ଲୁଣିଆ ନୁହେଁ, ଏହା ସେବନ କଲେ ପେଟ ଫୁଲିବା, ଉତ୍ତେଜନା ଓ କୋଷ୍ଠକାଠିନ୍ୟତା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ