ଦୌଡିଲେ ଶରୀର ସୁସ୍ଥ ରହେ
ଅନେକ ଲୋକଙ୍କ ଧାରଣା ସକାଳୁ ଉଠି ଚାଲିବା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ଓ ସତେଜ ରହିଥାଏ । ହେଲେ ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ଚାଲିବା ଦ୍ୱାରା ଶରୀର ଓ ମନ କିଛି ମାତ୍ରାରେ ପ୍ରଫୁଲ୍ଲିତ ହୋଇଥାଏ । ହେଲେ ଏହା ଦ୍ୱାରା ସୁସ୍ଥ ଶରୀର ଓ ନିରୋଗ ଜୀବନ ପାଇଁ ବ୍ୟାପକ ସୁଫଳ ମିଳିନଥାଏ । ମାତ୍ର ଜଗିଂ କିମ୍ବା ଦୌଡ଼ିବା ଅଥବା ଟେନିସ୍ ଖେଳିବା ଦ୍ୱାରା ଶରୀର ପାଇଁ ଉପଯୁକ୍ତ ବ୍ୟାୟାମ ହୋଇଥାଏ । ରୋଗ ଶରୀର ମଧ୍ୟକୁ ସହଜରେ ପ୍ରବେଶ କରିପାରେ ନାହିଁ । ଅନେକଙ୍କର ଧାରଣା ସକାଳୁ ସକାଳୁ ନଦୀକୂଳରେ ବୁଲିବା, ବଗିଚାରେ ଘାସ ବାଛିବା କିମ୍ବା ଗଛରେ ପାଣିଦେବା ଦ୍ୱାରା ବେଶ୍ ଭଲ ବ୍ୟାୟାମ ହୋଇଥାଏ । ଏହା ଶରୀରକୁ ବେଶ୍ ଫିଟ୍ ରଖେ ବୋଲି ଅନେକଙ୍କର ଭୁଲ୍ ଧାରଣା ରହିଛି । ହେଲେ ଜଗିଂ, ଦୌଡିବା କିମ୍ବା କୌଣସି ଶାରୀରିକ ପରିଶ୍ରମ ସଂକ୍ରାନ୍ତ କାର୍ଯ୍ୟ କରିବା ଦ୍ୱାରା ରୋଗଠାରୁ ଶରୀରକୁ ଅଧିକ ସୁରକ୍ଷା ମିଳିଥାଏ । କେବଳ ଚାଲିବା, ଛୋଟ ବଗିଚା କାମ କରିବା, ଗଛରେ ପାଣିଦେବା ଅଥବା ଲେନରେ ବୁଲାବୁଲି କରୁଥିବା ଲୋକଙ୍କ ଅପେକ୍ଷା ଦୌଡିବା, ଟେନିସ୍ ଖେଳିବା, ଜଗିଂ କରିବା କିମ୍ବା ଅନ୍ୟ କୌଣସି କଠିନ ଶାରୀରିକ ପରିଶ୍ରମ କରୁଥିବା ପ୍ରୌଢ଼ ଅଧିକ ସୁସ୍ଥ ଓ ନିରୋଗ ଥିବା ଉକ୍ତ ସର୍ଭେରୁ ସ୍ପଷ୍ଟ ହୋଇଥିଲା । ବ୍ୟାୟାମ ଦ୍ୱାରା ଲୋକଙ୍କଠାରେ ଜରାୟୁ କିମ୍ବା ଅନ୍ତଃନାଳୀ କ୍ୟାନସର ଆଶଙ୍କା ଅନେକାଂଶରେ ଦୂର ହେଉଥିବା ଦେଖାଯାଉଥିଲା । କେବଳ ସେତିକି ନୁହେଁ ଦୌଡିବା ଦ୍ୱାରା ହୃତପିଣ୍ଡ ଅଧିକ ଶକ୍ତିଶାଳୀ ଓ ଦୃଢ଼ ହୋଇଥାଏ । ଫଳରେ ହୃତପିଣ୍ଡ ସଂକ୍ରାନ୍ତ ରୋଗ, ରକ୍ତ ଜମାଟ ବାନ୍ଧିଯିବା ଓ କଲେଷ୍ଟୋରେଲ ପରିମାଣ ବୃଦ୍ଧି ଆଶଙ୍କା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଥାଏ ବୋଲି ଡଃ ଡାନାଭାନ୍ ସୂଚନା ଦେଇଛନ୍ତି । ନିମ୍ନ ମଧ୍ୟବିତ୍ତ ଲୋକମାନେ ଶାରୀରିକ ଭାବେ ସର୍ବଦା କଠିନ ପରିଶ୍ରମ କରୁଥିବାରୁ ସେମାନଙ୍କ ପକ୍ଷରେ ଏଭଳି ରୋଗ ଦେଖାଯାଇନଥାଏ । ତେବେ ଅଧିକ ପରିଶ୍ରମ କରୁନଥିବା ବ୍ୟକ୍ତି ମଧ୍ୟ ଲିଫ୍ଟରେ ନଯାଇ ସିଢ଼ି ଚଢ଼ିବା, କାର୍ଯ୍ୟକ୍ଷେତ୍ରରେ ଯିବାବେଳେ ଯଦି ଏହା ନିକଟ ଦୂରତ୍ୱ ହୋଇଥାଏ ତେବେ ଚାଲିକରି ଯିବା ଆଦି ଛୋଟ ଛୋଟ ଅଭ୍ୟାସ କରିବା ଦ୍ୱାରା ମଧ୍ୟ ନିଜକୁ ୁଢ଼ା ପର୍ଯ୍ୟନ୍ତ ସଭିଏଁ ଗାଁକୁ ସଫା ରଖିବା ପାଇଁ ଦିନସାରା ଲାଗି ରୁହନ୍ତି । ପରିବେଶକୁ ସୁନ୍ଦର ରଖିବା ପାଇଁ ସଚେତନତା ଆବଶ୍ୟକ ବୋଲି କୁହନ୍ତି ଏହି ଗକିଛି ପରିମାଣରେ ନିରୋଗ ଓ ସୁସ୍ଥ ରଖିପାରିବ । ଏପରିକି ନିୟମିତ ନହେଲେ ମଧ୍ୟ ଦୁଇ କିମ୍ବା ତିନି ସପ୍ତାହ ଅନ୍ତରରେ ବ୍ୟକ୍ତି କଠିନ ଶାରୀରିକ ପରିଶ୍ରମ କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ଅନେକ ସମସ୍ୟା ଅଚିରେ ଦୂର ହୋଇଥାଏ ବୋଲି ଗବେଷକ ଡଃ ଡୋନେଭାନ ପରାମର୍ଶ ଦେଇଛନ୍ତି ।


