ଗଜପତିରୁ ସୁସ୍ଥ ହୋଇ ଫେରିଲେ ୨୫୮
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ମୋଟ ୪୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୫୮ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ନିଜନିଜ ଘରକୁ ଫେରିଥିବା ସୁଚନା ମିଳିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି ଯେ,ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ମୋଟ ପ୍ରବାସୀ ୧୩,୭୯୨ ଜଣ ଆସିଛନ୍ତି । ଜିଲ୍ଲାରେ ମୋଟ ୮୧ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ତ୍ତମାନ ୨୦୬୮ ଜଣ ସଂଙ୍ଗରୋଧ କେନ୍ଦ୍ର ରହିଛନ୍ତି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୧,୭୨୪ ଜଣ ନିଜ ନିଜ ଘରକୁ ଫେରିଛନ୍ତି । ସମଗ୍ର ଜିଲ୍ଲାରୁ ମୋଟ ୩୯୯୯ ଜଣଙ୍କର ସ୍ୱାବ ପରୀକ୍ଷଣ ପାଇଁ ସଂଗ୍ରହ ହୋଇଛି । ଏମାନଙ୍କ ମଧ୍ୟରୁ ୩୯୪୩ ଜଣଙ୍କର ପରୀକ୍ଷଣ ରିପୋର୍ଟ ପ୍ରଶାସନ ନିକଟରେ ପହଞ୍ଚିଛି । ଜିଲ୍ଲାରେ ମୋଟ ୪୪୦ ଜଣ କରୋନା ପଜିଟିଭ୍ ବାହାରି ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ମୋଟ ୧୮୨ ଜଣ ରାଜସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।


