ଯାଜପୁରରେ କାର୍ଗିଲ ବିଜୟ ଦିବସ ପାଳିତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଆଜି ହେଉଚ୍ଥି କାର୍ଗିଲ ବିଜୟ ଦିବସ । ଯୁଦ୍ଧରେ ପାକିସ୍ଥାନ ବିରୁଦ୍ଧରେ ଭାରତର ଉଲ୍ଳେ୍ଖନୀୟ ବିଜୟର ସ୍ମୃତିଚାରଣ କରି ପ୍ରତି ବର୍ଷ ଜୁଲାଇ ୨୬ ତାରିଖରେ ସାରା ଦେଶରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଥାଏ । ଏହି ଅବସରରେ ଯାଜପୁର ଜିଲ୍ଳ୍ା ପ୍ରଶାସନ ତରପଂରୁ କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ଅମର ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ସ୍ଥାନୀୟ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା । ଉପରୋକ୍ତ ସ୍ମୃତିଚାରଣ ଦିବସରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ଜବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପୂର୍ବକ ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରିବା ସଂଗେ ସଂଗେ ଉପସ୍ଥିତ ବିଭିନ୍ନ ସ୍କୁଲର ଏନ୍.ସି.ସି. ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ଦେଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ଜାଗ୍ରତ କରିବାକୁ ଆହ୍ୱାନ ଦେଇଥିଲେ । ଆଜିର ଚ୍ଥାତ୍ର ଚ୍ଥାତ୍ରୀ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନେ ନିସ୍ୱାର୍ଥପର ଓ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରି ଦେଶ ସେବା ପାଇଁ ବ୍ରତୀ ହେବା ଉଚିତ ବୋଲି ମଧ୍ୟ ଜିଲ୍ଳ୍ାପାଳ ଶ୍ରୀ ଦାସ କହିଥିଲେ । ସେ ଆହୁରି କହିଥିଲେ ଯେ, ଆମର ଯବାନ ମାନେ ସୀମାକୁ ସୁରକ୍ଷିତ ରଖିଥିବାରୁ ଆମେ ଶାନ୍ତିରେ ଜୀବନଯାପନ କରୁଅଚ୍ଥୁ । ତେଣୁ ସେମାନେ ଆମର ପ୍ରାତଃ ନମସ୍ୟ । ଏହି ବିଜୟ ଦିବସ ପାଳନ ଉତ୍ସବରେ ବିଭିନ୍ନ ସ୍କୁଲର ସ୍କାଉଟ୍ ଓ ଗାଇଡ୍ର ଚ୍ଥାତ୍ର ଚ୍ଥାତ୍ରୀମାନେ ଉପସ୍ଥିତ ଥିବାରୁ ଜିଲ୍ଳ୍ାପାଳ ଆନନ୍ଦିତ ହୋଇଥିଲେ । ଏହି ଦିବସରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଯୋଗଦେଇ ଯୁଦ୍ଧରେ ବୀର ସହୀଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ପରାମର୍ଶ ଦେବା ସହିତ ଯୁଦ୍ଧର ବିଭୀଷିକା ଓ ପରିଣାମ ସମ୍ୱନ୍ଧରେ ସମ୍ୟକ ସୂଚନା ଦେଇଥିଲେ । ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ଧନ୍ୟବାଦ ପ୍ରଦାନ କରିବା ସଂଗେ ସଂଗେ ଏହି ଦିବସ ୨୦ ବର୍ଷ ତଳେ ଆମ ପାଇଁ ଏକ ଗୈାରବର ଦିବସ ଥିଲା ବୋଲି ମତବ୍ୟକ୍ତ କରିଥିଲେ ଓ ଏକ ଦେଶ ପ୍ରେମ ସଂଗୀତ ଗାନ କରିଥିଲେ । ଏହି ଦିବସ ପାଳନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ଏ.ଡି.ପି.ଓ. ରବିନ୍ଦ୍ର କୁମାର ଜେନା, ଡେପୁଟୀ କଲେକ୍ଟର ତରଣୀସେନ ପଟ୍ଟନାୟକ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି , ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସ୍କୁଲ, କଲେଜର ଚ୍ଥାତ୍ର ଚ୍ଥାତ୍ରୀ ଓ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ ।