ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚୌଦ୍ୱାର : (ଦୀପକ୍ କୁମାର ବେଉରା)ପବିତ୍ର ବାହୁଡା ଅବସରରେ ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ବନମହୋତ୍ସବ ସପ୍ତାହର ପ୍ରଥମ ଦିନରେ ସଂଗଠନ ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ ଙ୍କ ନେତୃତ୍ୟରେ ମୁଣ୍ଡାମାଳ ଜଗନ୍ନାଥ ମଠ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସମାଜସେବୀ ଟୁକୁ ପ୍ରଧାନ, ମୃତ୍ୟଞ୍ଜୟ ପଟନାୟକ ,ସାମ୍ବାଦିକ ସତ୍ୟବ୍ରତ ଦାସ, ଯୁବ କରିଓଗ୍ରାଫର ମିଟୁ ମାନସ ଅତିଥିଭାବେ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ । ଆସନ୍ତା ସାତ ଦିନ ମଧ୍ୟରେ ଚୌଦ୍ୱାର ର ବିଭିର୍ଣ୍ଣ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ ବୋଲି ସମ୍ପାଦକ ଅଶ୍ୱିନୀ ଜେନା କହିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, ସୁଜିତ ଦାସ, ଅମୂଲ୍ୟ ବାଇ, ଶିଶିର ସାହୁ, ଶ୍ରୀକାନ୍ତ ପାକଳ, ମାନସ ପରିଡା, ଜନ୍ମେଜୟ ସାହୁ, ପ୍ରସନ୍ନ ସାହୁ, ସଞ୍ଜିତ ଦାସ, ସତ୍ୟବ୍ରତ ପାତ୍ର, ଅଭୟ ସ୍ୱାଇଁ,ଅମୂଲ୍ୟ ରାଉତରାୟ, ଖଗେଶ୍ୱର ରାମ, ଅନ୍ତର୍ଜାମି ସାହୁ, କାଁହୁଚରଣ ଜେନା ଓ ମନ୍ଦିର ମୁଖ୍ୟ ପୂଜକ ରଶ୍ମିରଞ୍ଜନ କର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ