ଗାୟତ୍ରୀ ପରିବାର ପକ୍ଷରୁ ୭୧ ତମ ବନମହୋତ୍ସଵ ପାଳିତ
ଗଞ୍ଜାମ, (ଦୁର୍ଗାମାଧବ ପାଣିଗ୍ରାହୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତର କଣ୍ଟାପଡା ମଠମୁକୁନ୍ଦପୁର ଗ୍ରାମରେ ୭୧ ତମ ବନ ମହୋତ୍ସବ ସପ୍ତାହ” ଅବସରରେ ବୃକ୍ଷ ରୋପଣ ଓ ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାର ବିଶ୍ୱ ଗୋ କଲ୍ୟାଣ ସମିତିର ଆନୁକୂଲ୍ୟରେ ଓ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ସହ ଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଣ୍ଟାପଡା ଗାୟତ୍ରୀ ପରିବାରର ଝଡିଆ ନାହାକଙ୍କ ତ୍ୱତ୍ତାବଧାନରେ ଅନୁଷ୍ଠିତ ଏହି ଚାରା ରୋପଣ ଓ ବିତରଣ କାର୍ଯ୍ୟକ୍ରମରେ ବାଲୁଗାଁ ସହକାରୀ ବନ ସଂରକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ଶ୍ରୀ ନଗେନ କୁମାର ପଣ୍ଡା, ସୁବଳୟା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଶ୍ରୀ କେଦାର ନାଥ ସ୍ୱାଇଁ,, ଗଞ୍ଜାମ ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, କଣ୍ଟାପଡା ଗ୍ରାମ୍ୟ କମିଟି ମୁଖ୍ୟ ଶ୍ରୀ ଦୟାନିଧି ପ୍ରଧାନ ଅତିଥି ରୂପେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ।।ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ଗୌରାଙ୍ଗପାଟଣା ଶାଖା ସଂଯୋଜକ ଶେଷଦେବ ବେହେରା ପରିଚାଳନା କରିଥିବାବେଳେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳର ଫରେଷ୍ଟର ସବିତା ପ୍ରଧାନ, ସମସ୍ତ କର୍ମଚାରୀ ସମେତ ମଠମୁକୁନ୍ଦପୁର ଗ୍ରାମର ମହେଶ୍ୱର ମୁଦୁଲି,ତ୍ରିନାଥ ପ୍ରଧାନ,ରାଜୁ ରେଡି,ମୋହନ ରେଡି,ଗଦାଧର ନାହାକ,ଦ୍ଵାରିକା ନାହାକ,ପୂର୍ଣ୍ଣିଆ ପ୍ରଧାନ ସହଯୋଗ କରିଥିଲେ।ଏଥିରେ ପ୍ରାୟ ୫୦୦ ଶହ ଚାରା ବିତରଣ କରଯାଇଥିଲା।