ବରିଷ୍ଠ ଆଇନଜୀବୀ ବଟକୃଷ୍ଣ ପାତ୍ରଙ୍କ ବିୟୋଗରେ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବରିଷ୍ଠ ଆଇନଜୀବୀ ତଥା ସାରସ୍ୱତ ସାଧକ ବଟକୃଷ୍ଣ ପାତ୍ରଙ୍କ ଆଜି ସକାଳ ୧୧ଘଣ୍ଟା ସମୟରେ ବିୟୋଗ ଘଟିଛି । ପାରଳା ସହରର ବଡବ୍ରାହ୍ମଣ ସାହି ନିଜସ୍ୱ ବାସଭବନରେ ହୃଦ୍ଘାତ ଯୋଗୁଁ ତାଙ୍କର ବିୟୋଗ ଘଟିଛି । ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସେ ଏକା ଧାରାରେ ଜଣେ ଆଇନଜୀବୀ,ନାଟ୍ୟକାର,ନିର୍ଦ୍ଦେଶକ,ସାରସ୍ୱତ ଓ ସାଂସ୍କୃତିକ ସାଧକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ମିଷ୍ଟଭାଷୀ ଥଲେ । ସେ ପାରଳାଖେମୁଣ୍ଡି ସହରର ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ବିୟୋଗରେ ଉତ୍କଳହିତୈସୁଣି ସମାଜର ସଭାପତି ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ବରିଷ୍ଠ ସଦସ୍ୟ ଗୌର ଚନ୍ଦ୍ର ପଣ୍ଡା,ବିଚିତ୍ରା ନନ୍ଦ ବ୍ୟବର୍ତ୍ତା,ବିନୋଦ ଚନ୍ଦ୍ର ଜେନା,ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁ,ତନୁଜା ଶତପଥୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ପାରଳା ବିଧାୟ କେ.ନାରାୟଣ ରାଓ,ପୁର୍ବତନ ବିଧାୟକ କେ.ସୁରୀୟା ରାଓ,ପୁର୍ବତନ ନଗରପାଳ ପି.କ୍ରୀଷ୍ଣା,ନରସିଂହ ଚରଣ ପଟ୍ଟନାୟକ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ରାମନାଥ ମିଶ୍ର ଏବଂ ସମସ୍ତ ଆଇନଜୀବୀ ଶୋକ ପ୍ରକାଶ କରିଛନ୍ତି । ପାରଳାଖେମୁଣ୍ଡିର ଜିଲ୍ଲାସ୍ତରୀୟ ସାମ୍ବାଦିକ ସର୍ବଶ୍ରୀ ଗରୁଡଧ୍ୱଜ ଚୌଧୁରୀ,ତାରିଣୀ ପ୍ରସାଦ ପଣ୍ଡା,ଗଣେଶ ରାଜୁ,ଦ୍ୱିଜେନ୍ଦ୍ର ପାଢୀ,ଦେବାଶିଷ ପାଢୀ,ରଶ୍ମିରଞ୍ଜନ ମିଶ୍ର,ଶିଶିର ଗୌଡ,ଜଗଦୀଶ ପଣ୍ଡା,ସରୋଜ କୁମାର ପାଣିଗ୍ରାହୀ,ବୀର କିଶୋର ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।


