ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ବୃଦ୍ଧ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ଗିରଫ ବୃଦ୍ଧ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ସବେରାଙ୍ଗା ଗ୍ରାମର ବିନ୍ଦୁ ପ୍ରଧାନ(୭୦)। ଅଭିଯୋଗ ଅନୁସାରେ, ଗତ୨୪ ତାରିଖ ଦିନ ସକାଳେ ସବେରାଙ୍ଗା ଗ୍ରାମର ଜନୈକ ୫୨ ବର୍ଷୀୟ ମହିଳା ଏକାକି ଜଙ୍ଗଲକୁ କାଠଆଣିବାକୁ ଯାଇଥିବା ସମୟରେ ଉକ୍ତ ଗ୍ରାମର ବିନ୍ଦୁ ପ୍ରଧାନ ତାଙ୍କୁ ଦୁୁଷ୍କର୍ମ କରିଥିଲେ। ଏନେଇ ମହିଳାଜଣକ ଘରକୁ ଆସି ପରିବାରକୁ ଜଣାଇଥିଲେ। ତେବେ ଗତ ୩୦ ତାରିଖ ଦିନ ମାମଲାର ସମାଧାନ ପାଇଁ ବୈଠକ ଡକାଯାଇଥିଲା। ହେଲେ କୌଣସି ସମାଧାନ ହୋଇପାରିନଥିଲା। ଏହାପରେ ମହିଳା ଜଣକ ଗତ ବୁଧବାର ଦିନ ଥାନାରେ ଏତଲା ଦେଇଥିଲେ। ମହିଳାଙ୍କ ଏତଲା ପରେ ଦାରିଙ୍ଗବାଡ଼ି ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିଥିବାବେଳେ ଶୁକ୍ରବାର ଅଭିଯୁକ୍ତ ବିନ୍ଦୁ ପ୍ରଧାନଙ୍କୁ ଗିରଫ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ