ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନ ଠାରୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଲାଗିରହିଛି l ଏମିତି ବର୍ଷା ଆଗରୁ କେବେ ହୋଇନଥିଲା l ଏଣୁ ଚାଷୀଙ୍କୁ ଚାଷକରିବା ପାଇଁ ଏଭଳି ବର୍ଷା ଦରକାର ଥିଲା ଯାହାକି ଆଜି ହୋଇଥିବାରୁ ଚାଷୀଙ୍କ ମନରେ ହସ ଫୁଟାଇଥିବା ଦେଖିବାକୁ ମିଳିଛି । ଆଜିଠାରୁ ପ୍ରଥମ ଥର ପାଇଁ ପ୍ରତି ଶନିବାର ଓ ରବିବାର ଦୁଇ ଦିନ ପାଇଁ ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇ ଥିବା ଯୋଗୁଁ ସମଗ୍ର ଅଞ୍ଚଳ ଶୂନଶାନ ଥିବା ବେଳେ ପ୍ରବଳ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି l ସେପଟେ ପ୍ରବଳ ବର୍ଷା ହେବାର ଦେଖି କରୋନା ମହାମାରୀକୁ ସଚେତନ ଓ ସୁରକ୍ଷିତ ରହିବା ପାଇଁ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି ଓ ଆଶା କର୍ମୀ ମାନେ ଘର ଘରକୁ ବୁଲି ସଚେତନ କରୁଥିବା ଦେଖିବାକୁ ମିଳିଛି ।


