ବର ସହ ୫ ଜଣଙ୍କୁ ଗିରଫ ମେ’ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗୋପାଳପୁର ହୋଟେଲ ମେ’ ଫେୟାରରେ ବିବାହ ଉତ୍ସବ ବେଳେ କୋଭିଡ୍ କଟକଣା ଉଲ୍ଲଂଘନ ମାମଲାରେ ବର ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି । ଏହା ସହ ମେ’ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ ଏପଟେ ବିବାହ ଉତ୍ସବରେ ନିୟମକୁ ବେଖାତିର କରିଥିବାରୁ ଏ ମାମଲାରେ କଠୋର ହୋଇଛି ଉଭୟ ପୁଲିସ ଓ ପ୍ରଶାସନ। ଗୁରୁବାର ମେ ଫେୟାର ହୋଟେଲରେ ଆୟୋଜିତ ଏକ ବିବାହ ଉତ୍ସବରେ ବହୁ ଲୋକେ ଏକାଠି ହୋଇଥିଲେ।ତେବେ ବର ଶୋଭାଯାତ୍ରା ବେଳେ କେହି ସାମାଜିକ ଦୂରତା ନିୟମ ପାଳନ କରିନଥିବାର ଭିଡିଓ ଭାଇରାଲ ହୋଇଥିଲା ସେପଟେ ଏ ଘଟଣା ପରିପ୍ରେକ୍ଷୀରେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଗିରଫମାନେ ହେଲେ ବର ଦୀପକ କୁମାର ସାହୁ, ବାପା ହୋଟେଲ ନନ୍ଦନ ଇଣ୍ଟରନ୍ୟାଶନାଲ ମାଲିକ କୃଷ୍ଣ ସାହୁ, ବଡବାପା ଶିବ ସାହୁ, ବିନୋଦ ସାହୁ ଓ ସନ୍ତୋଷ ସାହୁଙ୍କୁ ଗିରଫ କରିଛି। ଶୋଭାଯାତ୍ରାରେ ବ୍ୟବହାର ହୋଇଥିବା ୨ଟି କାର୍‌ ମଧ୍ୟ ଜବତ ହୋଇଥିବା ବ୍ରହ୍ମପୁର ସଦର ଏସ୍‌ଡିପି ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ