ବୃକ୍ଷରୋପଣ ସପ୍ତାହ ପାଳନ ଅବସରରେ ଚାରା ବଣ୍ଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ପଂଚାୟତର ସାନଜରିଆ ଗ୍ରାମରେ ସରସ୍ୱତୀ ସେବା ସଂଗଠନ ଓ ଦରଦିବନ୍ଧୁ ସେବା ସଂସ୍ଥାନ ଆନୁକୁଲ୍ୟରେ ବୃକ୍ଷରୋପଣ ସପ୍ତାହ ପାଳନ ଅବସରରେ ଆଜି ପଂଚମ ଦିବସରେ ୨ଶହ ଆମ୍ବ, ପିଜୁଳି, ନଡିଆ, ଲେମ୍ବୁ, ଜାମୁ ଓ ଅଁଳା ଫଳଚାରା ଲୋକମାନଙ୍କୁ ବଂଟନ କରାଯାଇଛି । ଏହି ଉପଲକ୍ଷେ ନିଖିଳ ଓଡିଶା ଚାଷୀ ମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆ, ସାଧାରଣ ସମ୍ପାଦକ ବିଧୁଭୂଷଣ ମହାପାତ୍ର, ଶିକ୍ଷାବୀତ ବେଣୁଧର ସାହୁ ପ୍ରମୁଖ ଯୋଗଦେଇ ସାନଜରିଆ ଗ୍ରାମର ଲୋକମାନଙ୍କୁ ଗୋଟିଏ ଗୋଟିଏ ଫଳଚାରା ସେମାନଙ୍କ ପୁଅ, ଝିଅ, ନାତି, ନାତୁଣିଙ୍କ ନାମରେ ବଂଟନକରି ସେହି ଚାରାଗଛଟିକୁ ବଂଚାଇ ରଖିବାକୁ ନିବେଦନ କରିଥିଲେ । ନିଜର ପିଲାଙ୍କ ପରି ସେହି ଗଛଟିକୁ ସ୍ନେହ ଆଦର କରି ବଂଚାଇ ରଖିଲେ ସେହିଗଛରୁ ସେମାନେ ଫଳ ପାଇବା ସହ ପରିବେଶ ସୁସ୍ଥ ରହିପାରିବ ବୋଲି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାନଜରିଆର ପୂର୍ବତନ ସରପଂଚ ଯଦୁନାଥ ଦାସ, ନାୟବ ସରପଂଚ ସୁରେନ୍ଦ୍ର ପରିଡା, ହରେକୃଷ୍ଣ ବାରିକ, ଶିକ୍ଷାବୀତ ସଞ୍ଜୀବ ତରେଇ, ଦରଦିବନ୍ଧୁ ସେବା ସଂସ୍ଥାନର ଉପଦେଷ୍ଟା ବିଜୟ ଦାସ, ନିହାରରଞ୍ଜନ ଦାସ, ମଳୟରଞ୍ଜନ ବାରିକ, ନିମାଇଁ ଚରଣ ଦାସ, ଉମେଶ ଚନ୍ଦ୍ର ସେଠୀ, ଗଙ୍ଗାରାମପୁର ସରପଂଚ ପ୍ରଫୁଲ୍ଲ କୁମାର ତରେଇ, ୱାର୍ଡ ସଭ୍ୟ ସହଦେବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ