ବିବାହ ପାଇଁ ପରିବାରଲୋକେ ପ୍ରସ୍ତୁତି ଚଳାଇଥିଲେ: ଖବର ପାଇ ନାବାଳିକାକୁ ଉଦ୍ଧାର କଲା ପ୍ରଶାସନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପରିବାର ଲୋକେ ବିବାହ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପ୍ରଶାସନ ପହଞ୍ôଚ ନାବାଳିକାକୁ ଉଦ୍ଧାର କରି (ଆସିଆନା)ଚାଇଲ୍ଡ କେୟାରରେ ଛାଡିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ, ଗତ ଶନିବାର ବନ୍ତ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପରିବାର ଲୋକେ ବିବାହ ଦେବା ପାଇଁ ପ୍ରସ୍ତୁତି ଚଳାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ବନ୍ତ ଆଇଆଇସି ମିନା ବିନ୍ଧାଣୀ ଓ ସିଡିପିଓ ରେଣୁବାଳା ଦାଶ ସଂପୃକ୍ତ ଗ୍ରାମରେ ପହଞ୍ôଚ ନାବାଳିକାକୁ ଉଦ୍ଧାର କରିଥିଲେ । ପରେ ନାବାଳିକାଙ୍କୁ ସିଡବ୍ଲ୍ୟୁସିର ଜିମା ଦିଆଯାଇଥିଲା । ସିଡବ୍ଲ୍ୟୁସି ପକ୍ଷରୁ ସଂପୃକ୍ତ ନାବାଳିକାଙ୍କୁ ଚାଇଲ୍ଡ କେୟାରରେ ରଖାଯାଇଥିବା ଜଣାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।