ଆକାଶ କୋଚିଂ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ବିପନ୍ନ ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଇଥାଏ । ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ ପଂଚାୟତର ଉତ୍ତର ଜମ୍ବୁର ଗଣେଶ ଭୂୟା, ନିତାଇ ଭୂୟା ଓ ଗୈାର ଭୂୟାଙ୍କ ଘର ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ଏସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାପଡା ଆକାଶ କୋଚିଂ ଇନଷ୍ଟିଟ୍ୟୁଟର ନିର୍ଦେଶକ ଅଧ୍ୟାପକ ବେଣୁଧର ସାହୁ ,ସ୍ୱେଛାସେବୀ ସୂର୍ଯ୍ୟକାନ୍ତ ସାହୁ ଓ ରଞ୍ଜନ କୁମାର ସାହୁ ପ୍ରମୁଖ ସେଠାରେ ପହଁଚି ଅଗ୍ନିବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ ଚୁଡା,ବିସ୍କୁଟ,ଚିନି, ଚାଉଳ ଓ ଆଳୁ ପ୍ରଭୃତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ବୁର ସୁବ୍ରତ ମଣ୍ଡଳ,ଅଭିରାମ ଦାସ,ବାଙ୍କେଶ୍ୱର ଦାସ ଓ ଉଦୟ ଘଡାଇ ପ୍ରମୁଖ ସ୍ୱେଛାସେବୀମାନେ ସହଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଏହିଭଳି ଭାବରେ ଅଧ୍ୟାପକ ଶ୍ରୀ ସାହୁ ଅଗ୍ନିବିପନ୍ନ ଓ କରୋନା ମହାମାରୀରେ ଗରୀବ ଲୋକମାନଙ୍କୁ ସହାୟତା ପ୍ରଦାନ କରିଆସୁଛନ୍ତି । ଆଗାମି ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ସାହୁ କହିଛନ୍ତି ।