ନୂଆପଡା ପଞ୍ଚାୟତ ହେଲା ସଟଡାଉନ

ଚିକିଟି, (କୁରେଶୁ ସାହୁ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମପଞ୍ଚାୟତ ରେ ବିଗତ ଦୁଇଦିନ ପୁର୍ବରୁ ତିନି ଜଣଙ୍କ ଠାରେ କରୋନା ପଜିଟିଭ ଚିନ୍ହଟ ହେବାପରେ ପ୍ରଶାସନିକ ସ୍ତରରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।ଚିକିଟି ତହସିଲଦାର ହରପ୍ରସାଦ ଭୋଇ ଆଜି ନୂଆପଡା ପଞ୍ଚାୟତ ରେ ପହଞ୍ଚି ସରପଞ୍ଚ ଓ ଗ୍ରାମର ଛାମୁଆଙ୍କ ସହ ଆଲୋଚନା କରିଥିଲେ।ଏହାପରେ ସରପଞ୍ଚ ଏସ.ମମତା ନୂଆପଡା ଗ୍ରାମର ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ୭ ଦିନ ପାଇଁ ସଟଡାଉନ କରାଯାଉ ବୋଲି ନିସ୍ପତି ନେଇଥିଲେ। ଗ୍ରାମ ର ସମସ୍ତ ଲୋକଙ୍କୁ କେହି ବାହାରକୁ ନ ବାହାରିବା ପାଈଁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମ ପଥ ସିଲ, ସାନିଟl ଇଜ, କନଟାକଟ ଟ୍ରେସିଂ, ଥର୍ମାଲ ଟେଷ୍ଟ, ଲୋକଙ୍କ ଅତ୍ୟାବସକିୟ ସାମଗ୍ରୀ ଯୋଗାଣ ପାଇଁ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଜଣାଇଛନ୍ତି। ତହସିଲଦାର ହରପ୍ରସାଦ ଭୋଇ,ସରପଞ୍ଚ ଏସ.ମମତା,ସରପଞ୍ଚ,ପ୍ରତିନିଧି ଏସ.ଜଗା,ବି.କ୍ରିଷ୍ଣ ମୂର୍ତ୍ତି, ଜେ ହୋ ଗ୍ରୁପ ର ସଭାପତି ଅନୀଲ କୁମାର ପଣ୍ଡା, ସେକ୍ରେଟାରୀ ଏସ.ଚିନ୍ତାମଣି ସମିତି ସଭ୍ୟ ପ୍ରତିନିଧି ଏସ.ଜଗଦୀଶ ଓ ସାମ୍ବାଦିକ ସୁରେନ୍ଦ୍ରନାଥ ପଣ୍ଡା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ