ଭୁବନେଶ୍ୱରରେ କରୋନା ଟେଷ୍ଟ ପାଇଁ ଆଗ୍ରହ, ହେଲେ ଚକିତ୍ସା ବେଳେକୁ ଗଞ୍ଜାମ ଚାଲିଯାଅ

ବୁଗୁଡା, (ଅନିଲ ମହାରଣା): ଭୁବନେଶ୍ୱରର ଘରୋଇ କୋଭିଡ ହସପିଟାଲରେ ତୁରନ୍ତ କରୋନା ଟେଷ୍ଟ ରିପୋର୍ଟ ମିଳିବା ସହ ପଜିଟିଭ ଚିହ୍ନଟ ହେଲେ ଉତ୍ତମ ସେବା ମିଲବା ଆଶାରେ ଗଞ୍ଜାମ ଜିଲ୍ଲାର କେତେ ଜଣ ବ୍ୟକ୍ତି ଯାଇଥିବା ବେଳେ ଟେଷ୍ଟ ପରେ ଯେଉଁ ୧୧ ଜଣ ବ୍ୟକ୍ତିଙ୍କ ପଜିଟିଭ ବାହାରିଲା ଗଞ୍ଜାମର ହୋଇଥିବା ଯୋଗୁଁ ସେହି ପଜିଟିଭ ବ୍ୟକ୍ତିଙ୍କୁ ଚିକିତ୍ସା କରାଯିବ ନାହିଁ କହି ବ୍ରହ୍ମପୁର ପଠାଇ ଦିଆଯାଇଥିବା ଜଣାପଡ଼ିଛି।ଏଠାରେ ପ୍ରଶ୍ନ ଉଠୁଛି ଯେତେବେଳେ କୋଭିଡ ଫର୍ମ ପୂରଣ କରି ହସପିଟାଲରେ ଭର୍ତ୍ତି କରିଥିଲ ସେମାନେ ସମସ୍ତେ ଗଞ୍ଜାମର ବୋଲି ଜାଣିନଥିଲେକି ? କୋଭିଡ ପରୀକ୍ଷା ପାଇଁ ରୋଗୀମାନଙ୍କ ଠାରୁ ୨୨୦୦ ଟଙ୍କାରୁ ୪୫୦୦ ଟଙ୍କା ଲେଖାଏଁ ନେଉଥିବା ଯୋଗୁଁ ସେତେବେଳେ ବୋଧହୁଏ ସେମାନେ ଗଞ୍ଜାମର ବୋଲି ଜଣାପଡୁନଥିଲା। ଭୁବନେଶ୍ବରର ଘରୋଇ କୋଭିଡ ହସପିଟାଲକୁ ଟେଷ୍ଟ ଓ ଚିକିତ୍ସା ପାଇଁ ଯାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ବାଲିପଦର ପଞ୍ଚାୟତର ୮ ଜଣ, ବ୍ରହ୍ମପୁର ଗୋଶାଣି ନୂଆଗାଁର ଜଣେ, କବିସୂର୍ଯ୍ୟନଗରର ଜଣେ ଓ ହାତୀଓଟ ପଞ୍ଚାୟତର ଜଣେ, ଏହିପରି ମୋଟ ୧୧ ଜଣଙ୍କ କୋଭିଡ ଟେଷ୍ଟରେ ପଜିଟିଭ ବାହାରିବା ପରେ ସେଠାରେ ଚିକିତ୍ସା ନକରି ବ୍ରହ୍ମପୁର କୋଭିଡ ହସପିଟାଲକୁ ପଠାଇଥିବା ଜଣାପଡିଛି। ଗଞ୍ଜାମରେ ଯଦି ସେହି ୧୧ ଜଣ ଚିକିତ୍ସା ହେଲେ ତେବେ ଭୁବନେଶ୍ୱରର ସେହି ଘରୋଇ ହସ୍ପିଟାଲରେ ପରୀକ୍ଷା କରି ରୋଗୀଙ୍କ ଠାରୁ ଅର୍ଥ ଶୋଷଣ କରିଛନ୍ତି ବୋଲି ଭାବିବାକୁ ପଡିବ। ବ୍ରହ୍ମପୁରରେ କରୋନା ଟେଷ୍ଟ କରିଥିଲେ ମାଗଣାରେ ହୋଇ ଚିକିତ୍ସିତ ହୋଇଥାନ୍ତେ। କର୍ତ୍ତୃପକ୍ଷ ଏଥି ନିମନ୍ତେ ତଦନ୍ତ କରି ୧୧ ଜଣଙ୍କୁ ନ୍ୟାୟ ପ୍ରଦାନ କରିବା ଉଚିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ